ବାଲେଶ୍ୱର ଭୋଗରାଇରେ ଜଣେ ବଙ୍ଗୀୟ ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଆଜି ସକାଳେ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ରସଲପୁର ଗାଁ ଲୋକେ ଉଦ୍ଧାର କରି ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ନାବାଳିକାଙ୍କ ଘର ପଶ୍ଚିମବଙ୍ଗର ରାମନଗର ଅଞ୍ଚଳରେ ବୋଲି ଜଣାପଡିଛି । ସୂଚନା ପାଇ ଭୋଗରାଇ ପୁଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ନାବାଳିକାଙ୍କ ସହ କଥାବାର୍ତ୍ତା କରିବା ପରେ ତଦନ୍ତ ଆରମ୍ଭ କରିଛି। ଉନ୍ନତ ଚିକିତ୍ସା ନିମନ୍ତେ ନାବାଳିକାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି। ଘଟଣାର ସତ୍ୟତା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here