ଫେରିଛି ପଥ ଉତ୍ସବ. ରବିବାର ସକାଳୁ ସ୍ମାର୍ଟସିଟିର ସ୍ମାର୍ଟ ରାଜପଥରେ ଦେଖିବାକୁ ମିଳିଥିଲା ରାଜଧାନୀବାସୀଙ୍କ ଭିଡ. ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ. ସମସ୍ତେ ନାଚ ଗୀତରେ ମସଗୁଲ ଥିଲେ. ବହୁତ ଦିନ ପରେ ପଥ ଉତ୍ସବ ପୁଣି ଆରମ୍ଭ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ଆଉ ସମସ୍ତେ ଶୀତୁଆ ସକାଳକୁ ମନଭରି ଉପଭୋଗ କରିଥିଲେ.  ଏଠାରେ ଉଲ୍ଲେଖଯୋଗ୍ୟ ଯେ,  କାର୍ଯ୍ୟକ୍ରମକୁ ଡିସେମ୍ବର 2, 9 ଓ 16 ତାରିଖରେ ଆୟୋଜନ କରାଯିବ ଏବଂ ସେହି ପଥ ଉତ୍ସବରେ କ୍ରୀଡା ସଂପର୍କିତ କାର୍ଯ୍ୟକଳାପ ସହ, ସାଂସ୍କୃତିକ ଓ ସାମାଜିକ ଆୱାରନେସ ଭଳି କାର୍ଯ୍ୟକ୍ରମ ପରିବେଷିତ କରାଯିବ.

LEAVE A REPLY

Please enter your comment!
Please enter your name here