ଭୁବନେଶ୍ୱରସ୍ଥିତ ନନ୍ଦିନୀପଲ୍ଲୀ ମୁଣ୍ଡାସାହି ବସ୍ତିରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ‘ମୁଁ ବି ଚାମ୍ପିୟନ’ । ସାମାଜିକ ସଂଗଠନ ୟୁଥ ଫର୍ ଭଲ୍ୟୁଣ୍ଟାରୀ ଓାର୍କ ଓ ପିପିଏଲ୍ ନ୍ୟୁଜର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଲିଉଡ୍ କୁଇନ୍ ଅର୍ଚ୍ଚିତା ଯୋଗଦେଇ ତାଙ୍କ ଅପକମିଂ ଫିଲ୍ମ ‘ଚାମ୍ପିଆନ୍’ ବିଷୟରେ ଆଲୋଚନା କରିବା ସହ ବସ୍ତିରେ ଥିବା କୁନି କୁନି ପ୍ରତିଭାମାନଙ୍କ ସହ ସମୟ କାଟିଥିଲେ । ବସ୍ତିର ପିଲାମାନେ ମଧ୍ୟ ଅର୍ଚ୍ଚିତାଙ୍କ ସହ ଡ୍ୟାନ୍ସ କରିବା ସହ ବେଶ ଖୁସି ହୋଇଥିଲେ । ପିଲାମାନଙ୍କ ଉତ୍ସାହ ଓ ଟ୍ୟାଲେଣ୍ଟକୁ ଦେଖି ଆଗାମୀ ଦିନରେ ସେମାନଙ୍କୁ ଫିଲ୍ମରେ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅର୍ଚ୍ଚିତା । ଏହି କାର୍ଯ୍ୟକ୍ରମରେ ‘ଚାମ୍ବିଆନ’ ଫିଲ୍ମର ପ୍ରଯୋଜିକା ଦୀପ୍ତିରାଣୀ ,ପିପିଏଲ୍ ନ୍ୟୁଜ ମୁଖ୍ୟ ରଘୁନାଥ ସାହୁ , ୟୁଥ ଫର୍ ଭଲ୍ୟୁଣ୍ଟାରୀ ଓାର୍କର ସଂଯୋଜକ ମୀର ଅହମଦ ଅଲ୍ଲୀ, ଜ୍ଞାନ ବାରିକ, ସନ୍ତୋଷୀ ସତପଥୀ, ରଶ୍ମିତା ବେହେରା , ସୁଦାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here