ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ଯବାନ ସହିଦ ହେବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିବାବେଳେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । । ଏହି ଘଟଣାରେ ସାରା ରାଜ୍ୟ ଶୋକ ପାଳୁଥିବାବେଳେ ବିଜେପି ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ସହିଦଙ୍କ ମର ଶରୀର ଭୁବନେଶ୍ବର ଆସୁଥିବା ବେଳେ ନବୀନ ସରକାର ଓ ତାଙ୍କ କର୍ମୀମାନେ ନାଚ ଗୀତରେ ମସଗୁଲ୍‌ ଥିଲେ ବୋଲି ଅଭିଯୋଗ କରିଛି ବିଜେପି । ବିଜେପି ନେତ୍ରୀ ଲେଖାଶ୍ରୀ କହିଛନ୍ତି, ଦୁଇ ଯବାନଙ୍କ ମର ଶରୀର ଶେଷ ଦର୍ଶନ ପାଇଁ ବିମାନ ବନ୍ଦରରେ ଦିନ ତମାମ ଅପେକ୍ଷା କରିଥିବା ବେଳେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ମିଶନ ଶକ୍ତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରୁଥିଲେ । ଏହା ଶହୀଦ ଯବାନଙ୍କ ପ୍ରତି ଉପହାସ ଏବଂ ନବୀନ ସରକାର ଦେଶଦ୍ରୋହୀ ବୋଲି ଆକ୍ଷେପ କରିଛନ୍ତି ସେ । ଲେଖାଶ୍ରୀଙ୍କୁ ଜବାବ ଦେଇଛନ୍ତି
ବିଜେଡି ମୁଖପାତ୍ର ସୁଲୋଚନା ଦାସ । ଲେଖାଶ୍ରୀଙ୍କ ସ୍ମରଣଶକ୍ତି ହ୍ରାସ ଘଟିଛି ଏବଂ ସେ ସତ କଥା ଲୁଚାଉଛନ୍ତି ବୋଲି ସୁଲୋଚନା କହିଛନ୍ତି . ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ନେତାମାନେ ବିଭିନ୍ନ ସ୍ଥାନରେ କାର୍ୟ୍ୟକ୍ରମରେ ଯୋଗଦେବା କଥା ବୋଧେ ସେ ଭୁଲି ଯାଇଛନ୍ତି. ଦଳ ଭିତରେ ନିଜ ଅସ୍ଥିତ୍ବ ରକ୍ଷା କରିବାକୁ ଲେଖାଶ୍ରୀ ଏମିତି ବାଚାଳାମି କରୁଛନ୍ତି ବୋଲି ସୁଲୋଚନା କହିଛନ୍ତି.

LEAVE A REPLY

Please enter your comment!
Please enter your name here