ସାଧାରଣତଃ ଖରାଦିନେ ଲେମ୍ବୁର ଚାହିଦା ଅଧିକ ଥାଏ । କିନ୍ତୁ ଏବେ ଲେମ୍ବୁର ଦାମ୍ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କଟକ ଛତ୍ର ବଜାର ପରିବା ହାଟରେ ଗୋଟିଏ ଲେମ୍ବୁର ଦାମ ରହିଛି ୧୦ ଟଙ୍କା । ଲେମ୍ବୁର ଦର ଶୁଣି ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଛତ୍ରବଜାରରେ ଯେହେତୁ ଏତେ ଦାମ ରହିଛି ବାହାରେ ରିଟେଲ ମାର୍କେଟରେ ଆହୁରି ଅଧିକ ଥାଇପାରେ । କେତେକ ସ୍ଥାନରେ ୧୨ରେ ମଧ୍ୟ ଲେମ୍ବୁ ବିକ୍ରୀ ହେଉଛି । ନାଗପୁରରେ ହୋଲସେଲ ମାର୍କେଟରେ ଲେମ୍ବୁର ଦାମ ବୃଦ୍ଧି ପାଇଛି । ୧୦୦ ଲେମ୍ବୁର ଦାମ ୫୦୦ ରୁ ୧୦୦୦ ଟଙ୍କା ରହିଛି । ଏହାର ପ୍ରଭାବ ରିଟେଲ ମାର୍କେଟରେ ମଧ୍ୟ ଦେଖିବାକୁ ମିଳିଛି । କର୍ଣ୍ଣାଟକ , ଆନ୍ଧ୍ରପ୍ରଦେଶରୁ ଲେମ୍ବୁ ଆସିଥାଏ । ଏଥର ଯୋଗାଣ କମ ହୋଇଥିବାରୁ ମାର୍କେଟରେ ଦାମ ଅଧିକ ରହିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here