କରୋନା କାଳରେ ବି ପସରା ମେଲିଛିି ସେକ୍ସ ରାକେଟ୍ । ହୋଟେଲ ଭିତରେ ଚାଲୁଛି ଖୁଲମଖୁଲା ଦେହ ବ୍ୟବସାୟ । ଆଉ ନିଶାଦ୍ରବ୍ୟ ସହ ରାଣି ମହୁମାଛିଙ୍କ ସହ ଝୁମୁଛନ୍ତି ଗ୍ରାହକ ଓ ଦଲାଲ । ଏ ଦୃଶ୍ୟ ହେଉଛି ପୋଲିସ ହୋଟେଲରେ ଚଢାଉ କରିବା ପରେ । ଜଗତସିଂହପୁର ଯୋଗଧାରୀ ଠାରେ ଥିବା ଶ୍ରୀ ଗଣେଶ ନାମକ ଏକ ହୋଟେଲ ଉପରେ ରାତି ଅଧିଆ ଚଢ଼ାଉ କରିଛି ପୋଲିସ । ସେକ୍ସ ରାକେଟରେ ଥିଲେ ଜଣେ ଯୁବତୀ ଏବଂ ୪ ପୁରୁଷ । ଯୁବତୀଙ୍କ ସମେତ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଯୁବକ ଓ ହୋଟେଲ ମାଲିକ ଫେରାର ହୋଇଯାଇଛନ୍ତି । ଉକ୍ତ ହୋଟେଲରେ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚାଲିଥିବା ନେଇ ପୋଲିସ ସୂଚନା ପାଇଥିଲା । ବୁଧବାର ରାତିରେ ଜଗତସିଂହପୁର ପୋଲିସ ଅଚାନକ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିବା ସହ ଗୋଟିଏ କାର୍ ଓ କିଛି ନିଶା ସାମଗ୍ରୀ ଜବତ କରିଛି ।

LEAVE A REPLY

Please enter your comment!
Please enter your name here