ଲୋକପ୍ରିୟ ଓଡିଆ ଡିଜେଙ୍କ ପରଲୋକ । ଡିଜେ ସନ୍ଦେହ ଜନକ ମୃତ୍ୟୁ । ଭୁବନେଶ୍ୱର ସ୍ଥିତ ନିଜ ଘରେ ଆଜେକ୍ସ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖାରବେଳନଗର ସ୍ଥିତ ନିଜ ଘରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲେ ପରିବାର ଲୋକେ । ଗତକାଲି ଝଡବର୍ଷାବେଳେ ଲାଇନ୍ ଯିବା ପରେ ଆଜେକ୍ସ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ତାଙ୍କ ଦାଦା । ଲାଇନ୍ ଆସିବା ପରେ ଆଜେକ୍ସଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ପରେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଣେ ଜଣାସୁଣା ଡିଜେ ଭାବେ ପ୍ରାୟ ୧୦ ବର୍ଷ ଧରି ଯୁବପିଢୀଙ୍କ ମନୋରଞ୍ଜନ କରୁଥିଲେ ଆଜେକ୍ସ । ଇନଷ୍ଟାଗ୍ରାମରେ ତାଙ୍କର ୯୦ ହଜାରରୁ ଅଧିକ ଫଲୋର୍ସ ଅଛନ୍ତି । ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ତାଙ୍କ ମୃତଦେହ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ପୋଲିସ ମୋବାଇଲ ଫୋନ୍ ଜବତ କରି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here