କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ଦିଲ୍ଲୀ ପୋଲିସ । ଭାରତ ଯୋଡୋ ଯାତ୍ରା ବେଳେ ଶ୍ରୀନଗରରେ ମହିଳାଙ୍କ ସଂପର୍କରେ ଦେଇଥିବା ଟିପ୍ପଣୀ ପାଇଁ ରାହୁଲ ଗାନ୍ଧୀଙ୍କୁ ପୂର୍ବରୁ ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କ ନିକଟକୁ ନୋଟିସ ପଠାଇଥିଲା । ରାହୁଲ ମନ୍ତବ୍ୟ ଦେଇଥିଲେ, ଏବେ ବି ମହିଳାମାନେ ଯୌନ ନିର୍ଯାତନାର ଶୀକାର ହେଉଛନ୍ତି । ପୋଲିସ ଦେଇଥିବା ନୋଟିସରେ ଜାଣିବାକୁ ଚାହିଁଥିଲା, କେଉଁ ମହିଳା ଯୌନ ନିର୍ଯାତନାର ଶୀକାର ହେଉଛନ୍ତି, ସେ ସଂପର୍କରେ ବିସ୍ତୃତ ତଥ୍ୟ ଦେବାକୁ । ଗତ 16 ତାରିଖରେ ଦିଲ୍ଲୀ ପୋଲିସ ନୋଟିସ ପଠାଇଥିଲେ ହେଁ ରାହୁଲ ଗାନ୍ଧୀ କୌଣସି ସ୍ପଷ୍ଟ ସୂଚନା ଦେଇ ନ ଥିଲେ । ରାହୁଲ କହିଛନ୍ତି, ଦୀର୍ଘଦିନ ଧରି ସେ ଭାରତ ଯୋଡୋ ଯାତ୍ରାରେ ସାମିଲ ଥିଲେ ଏବଂ କଣ କହିଛନ୍ତି, ତାହା ତାଙ୍କର ମନେ ନାହିଁ । ପୋଲିସ ରାହୁଲଙ୍କ ମନ୍ତବ୍ୟ ରେକର୍ଡ କରିବା ପରେ ରାହୁଲଙ୍କ ଦିଲ୍ଲୀ ଘରୁ ଫେରିଛି ।

LEAVE A REPLY

Please enter your comment!
Please enter your name here