ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆୟୋଜନ କରୁଛନ୍ତି ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ । 2019ରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ଏହି ପ୍ରତିଯୋଗିତା ହୋଇଆସୁଛି । ଚଳିତବର୍ଷ ଏହି ପ୍ରତିଯୋଗିତା ଦୁଇଟି ରାଉଣ୍ଡ ଯଥା- ଅଡିସନ ଓ ଫାଇନାଲ ରାଉଣ୍ଡରେ କରାଯିବ । କୃତି ପ୍ରତିଯୋଗୀଙ୍କୁ ଜୁଲାଇ 12 ତାରିଖରେ ଭୁବନେଶ୍ବରରେ ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ପୁରସ୍କୃତ କରାଯିବ ।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ବୟସ ସୀମା – ପ୍ରତିଯୋଗିତାରେ ଭାଗ ନେବା ପାଇଁ ବୟସ ଦୃଷ୍ଟିରୁ ପ୍ରତିଯୋଗୀଙ୍କୁ ଚାରୋଟି ବର୍ଗରେ ବିଭକ୍ତ କରାଯାଇଛି । 13 ବର୍ଷ ବୟସ ପର୍ଯ୍ୟନ୍ତ ସବୁଜୁନିଅର ଗୃପ, 13 ରୁ 20 ବର୍ଷ ପର୍ଯ୍ୟନ୍ତ ଜୁନିଅର ଏବଂ 20 ରୁ 35 ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କୁ ସିନିୟର ଗୃପରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରତିଯୋଗୀମାନେ ଆମ ହ୍ବାଟ୍ସ ଆପ୍ ନମ୍ବର 9937225606 କୁ ସେମାନଙ୍କ ନାମ, ଠିକଣା, ଗୃପ, ବୟସଗତ ପ୍ରମାଣପତ୍ର ପଠାଇ ନାମ ପଂଜିକୃତ କରିପାରିବେ । ଅଡିସନ ରାଉଣ୍ଡରେ ଭାଗ ନେବା ପାଇଁ କୌଣସି ପ୍ରବେଶିକା ଦେୟ ନାହିଁ । ଯେଉଁ ପ୍ରତିଯୋଗୀମାନେ ଫାଇନାଲ ରାଉଣ୍ଡ ପାଇଁ ମନୋନୀତ ହେବେ, ସେମାନଙ୍କୁ ପ୍ରବେଶିକା ଦେୟ ବାବଦରେ 500 ଟଙ୍କା ଦେବାକୁ ପଡିବ ।

କେମିତି ଭାଗ ନେବେ – ପ୍ରତିଯୋଗୀମାନେ ଘରେ ବସି ଅଡିସନ ରାଉଣ୍ଡରେ ଭାଗ ନେଇପାରିବେ । ଶ୍ରୀଜଗନ୍ନାଥଙ୍କ ଭଜନର ଗୋଟିଏ ମୁଖୁଡା ଓ ଗୋଟିଏ ପଦ ଗାଇ ଆମ ପାଖକୁ ତାର ଅଡିଓ ଭିଡିଓ କ୍ଲିପିଂ ପଠାଇବେ । ଭଜନ ରେକର୍ଡିଂ ବେଳେ ଇନଷ୍ଟ୍ରୁମେଣ୍ଟ ବ୍ୟବହାର କରିବେ ନାହିଁ । ପ୍ରତ୍ୟେକ ପ୍ରତିଯୋଗୀ ଗୋଟିଏ ଭଜନର କ୍ଲିପିଂ ପଠାଇ ପାରିବେ । ଅଡିସନ ରାଉଣ୍ଡରେ ଯେଉଁ ପ୍ରତିଯୋଗୀମାନେ ଯୋଗ୍ୟ ବିବେଚିତ ହେବେ, ସେମାନେ ଭୁବନେଶ୍ବରରେ ଜୁଲାଇ 12 ତାରିଖରେ ହେବାକୁ ଥିବା ଫାଇନାଲ ରାଉଣ୍ଡରେ ଭାଗ ନେବେ । ଫାଇନାଲ ରାଉଣ୍ଡରେ ପ୍ରତ୍େକ ବର୍ଗର କୃତି ପ୍ରତିଯୋଗୀଙ୍କୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଶେଷ ତାରିଖ – ପ୍ରତିଯୋଗୀମାନେ ଜୁନ 20 ତାରିଖ ସୁଦ୍ଧା ଆମ ପାଖକୁ ଅଡିସନ ରାଉଣ୍ଡ ନିମନ୍ତେ ସେମାନଙ୍କ ଭିଡିଓ କ୍ଲିପିଂ ପଠାଇବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here