କାହାକୁ ଫୋନ କଲେ ମିଳିବ ମୃତ୍ୟୁ ଦଣ୍ଡ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଅଣ୍ଡରାପାଲି ପଞ୍ଚାୟତର ଓରାପଦର ଗାଁରେ ଥିବା ଏକ ନାମଫଳକରେ ଏହି ସତର୍କବାଣୀ ଲେଖା ହୋଇଛି । ଲୋକମାନେ କାହାରିକୁ ଫୋନ ନକରିବାକୁ ଏଥିରେ ଚେତାବନୀ ଦେଇଛନ୍ତି ମାଓବାଦୀ । ଏହି ଗାଁରେ ରହୁଥିବା ଲୋକେ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଏହି ଗାଁରେ ରହୁଥିବା ଲୋକଙ୍କୁ ଫୋନ ନକରିବାକୁ ଚେତାବନୀ ଦିଆଯାଇଛି । ଅନୁମତି ନେଇ ଫୋନରେ କଥା ହେବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତି ମାଓବାଦୀ । ଯିଏଏହାର ଖିଲାପ କରିବ ତାକୁ କଡା ଦଣ୍ଡ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ମାଓବାଦୀ । ତେବେ ଗ୍ରାମବାସୀ ପୋଲିସକୁ ସୁଚନା ଦେଉଥିବା ଆଶଙ୍କାରେ ମାଓବାଦୀଙ୍କ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି । ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି

LEAVE A REPLY

Please enter your comment!
Please enter your name here