ପୁରୀ ଶ୍ରୀମନ୍ଦିରରେ କାର୍ଯ୍ୟରତ ଥିବା ଜଣେ ପୋଲିସ ବାବୁଙ୍କ ନା ରେ ଆସିଛି ଏକ ଅଭିଯୋଗ. ସିଂହଦ୍ୱାର ଥାନାରେ ଜଣେ ପୋଲିସ ବାବୁଙ୍କ ନାରେ ଅଭିଯୋଗ ଆଣିଛନ୍ତି ଜଣେ ନାବାଳିକା. ଶ୍ରୀମନ୍ଦିର ବାହାରକାଠ ନିକଟରେ ପୋଲିସ ବାବୁ ଦୁର୍ବ୍ୟବହାର କରିଥିବା ନାବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି. ତେବେ ବାପାମାଙ୍କ ସହ ଦର୍ଶନ କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା ବୋଲି ସେ କହିଛନ୍ତି. ଯାଜପୁରରୁ ବାପାମାଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ. ତେବେ ତଦନ୍ତ ପରେ ଉକ୍ତ ପୋଲିସ ଅଫିସରଙ୍କ ଉପରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ସିଂହଦ୍ୱାର ପୋଲିସ ସୂଚନା ଦେଇଛି. ଅନ୍ୟପଟେ ଶୁକ୍ରବାର ଶ୍ରୀଜିଉଙ୍କ ନିତୀକାନ୍ତି ବିଳମ୍ବ ପାଇଁ ଚର୍ଚ୍ଚାରେ ଥିଲା ଶ୍ରୀମନ୍ଦିର.

LEAVE A REPLY

Please enter your comment!
Please enter your name here