ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ । ହତ୍ୟା ଅଭିଯୋଗ ଆସିବା ପରେ ବଦଳିଛନ୍ତି ଜିଲ୍ଲାପାଳ । ୱାଇ. ବିଜୟ ହୋଇଛନ୍ତି ମାଲକାନଗିରିର ନୂଆ ଜିଲ୍ଲାପାଳ । ମନୀଷ ହେଲେ ଯୋଜନା ଓ ସଂଯୋଜନା ବିଭାଗ ମହାସଚିବ । ତେବେ ଗତକାଲି ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କ ନାଁରେ ରୁଜୁ ହୋଇଥିଲା ହତ୍ୟା ମାମଲା । କୋର୍ଟଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଥିଲା । ଜିଲ୍ଲାପାଳଙ୍କ ସହିତ ଆଉ ୪ ସହକର୍ମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିଲା । । ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ମାମଲାରେ ମାଲକାନଗିରି ଏସଡିଜେଏମ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ମୃତ୍ୟୁ ଘଟଣାକୁ ନେଇ ଦେବନାରାୟଣଙ୍କ ପରିବାର କୋର୍ଟକୁ ଯାଇଥିଲେ । ସତୀଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

LEAVE A REPLY

Please enter your comment!
Please enter your name here