Inside pictures of Puri Jagannath Temple go viral again

ଶ୍ରୀମନ୍ଦିର ସଂସ୍କାର ମାମଲାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି | ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି | ଆମିକସ କ୍ୟୁରି ରଂଜିତ କୁମାରଙ୍କ ନୋଟ, ରାଜ୍ୟ ସରକାର ଦାଖଲ କରିଥିବା ଅତିରିକ୍ତ ସତ୍ୟପାଠ ଓ ଦେବାଶିଷ ମିଶ୍ରଙ୍କ ମଧ୍ୟବର୍ତି କାଳୀନ ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ | ଐତିହ୍ୟ ସମ୍ପର୍ଣ ମଠ ମନ୍ଦିର ଭଙ୍ଗ ବେଳେ ଶଙ୍କରାଚାଯ୍ୟଙ୍କ ପରାମର୍ଶ ନେବା ପାଇଁ କହିଛନ୍ତି କୋର୍ଟ | ବରିଷ୍ଠ ସେବାୟତଙ୍କ ପରାମର୍ଶ ନେବାକୁ ମଧ୍ୟ କୋର୍ଟଙ୍କ ନିର୍ଦେଶ ଦେଇଛନ୍ତି | ବର୍ତମାନ ସୁଦ୍ଧା ହୋଇଥିବା ଉଛେଦର ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ | ପରବର୍ତୀ ଶୁଣାଣି ପାଇଁ ଅକ୍ଟୋବର ୨୨କୁ ଧାଯ୍ୟ କରାଯାଇଛି |

LEAVE A REPLY

Please enter your comment!
Please enter your name here