‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପାଇଁ ଡକ୍ଟର ଅଜୟ କୁମାର ପଟ୍ଟନାୟକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର I ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଡକ୍ଟର ପଟ୍ଟନାୟକଙ୍କ ନାଁ ଘୋଷଣା କରାଯାଇଛି I ହିନ୍ଦୀ ଭାଷାରେ ତାଙ୍କର ସତରଟି ଗ୍ରନ୍ଥ, ଦଶଟି ସଂପାଦିତ ଗ୍ରନ୍ଥ ଏବଂ ଓଡିଆ ଭାଷାରେ ଏଗାରଟି ଗ୍ରନ୍ଥ ପ୍ରକାଶିତ ହୋଇଛି I ହିନ୍ଦୀରେ ପଚାଶଟି ଏବଂ ଓଡିଆରେ ତିରିଶଟି ପ୍ରବନ୍ଧ ଲେଖି ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ପାଇଛନ୍ତି I ତାଙ୍କର ପ୍ରମୁଖ ଓଡିଆ ପୁସ୍ତକ ମଧ୍ୟରେ ରହିଛି – କାଳିଆ ବଳଦ ଗଲାରେ, ହିନ୍ଦି ସାହିତ୍ୟ ଏକ ସିଂହାବଲୋକନ, ବନଗରବାଡି, ଶଙ୍ଖା ସିନ୍ଦୁର, ଦୀକ୍ଷା, ଜାୟସୀ, ସମୀକ୍ଷା ସୌରଭ ଇତ୍ୟାଦି I ତାଙ୍କର ପ୍ରମୁଖ ହିନ୍ଦି ପୁସ୍ତକ ମଧ୍ୟରେ ରହିଛି – ଦିଶା ଔର ପରିବେଶ, ଅଭିନୟ, ପୂଣ୍ୟତୋୟା, ନିଳାଚଳ କୋ ରାସ୍ତା, ସୃଷ୍ଟି ଇତ୍ୟାଦି I
ଏଲାହାବାଦ ବିଶ୍ୱବିଦ୍ୟାଳୟରେ ହିନ୍ଦିରେ ଡକ୍ଟରେଟ, ଏମ୍.ଏ ଏବଂ ଡିଲିଟ ସମ୍ମାନ ସୂଚକ ଶିକ୍ଷା ହାସଲ କରିଥିବା ଡକ୍ଟର ଅଜୟ ପଟ୍ଟନାୟକ 1974ରୁ 2007 ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳଯୟରେ ହିନ୍ଦିରେ ଶିକ୍ଷାଦାନ କରିଛନ୍ତି I 1982ରୁ 1983 ପର୍ଯ୍ୟନ୍ତ ସରକାରୀ ହିନ୍ଦି ପ୍ରଶିକ୍ଷଣ ସଂସ୍ଥାରେ ପ୍ରଫେସର ହିସାବରେ କାର୍ଯ୍ୟ କରିଥିଲେ I 2010ରେ ମେଘାଳୟରେ ହିନ୍ଦୀ ବିଭାଗର ଭିଜିଟିଙ୍ଗ ପ୍ରଫେସର ହିସାବରେ କାର୍ଯ୍ୟ କରିଥିବା ବେଳେ 2012ରେ ଓଡିଶାର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହିନ୍ଦୀ ବିଭାଗର ଭିଜିଟିଙ୍ଗ ପ୍ରଫେସର ହିସାବରେ କାର୍ଯ୍ୟ କରିଛନ୍ତି I

LEAVE A REPLY

Please enter your comment!
Please enter your name here