ସବଡିଲରଙ୍କ ଦାୟିତ୍ବହୀନତାରୁ ଅଗ୍ନିକାଣ୍ଡ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଗୁଣଦେଇ ପଂଚାୟତର କାଉଁରିଆପାଳ ଗାଁ ରେ । ମିଳିଥିବା ସୂଚନା ଅନୁଯାୟୀ, ଗାଁର ସବଡିଲର ଦାୟିତ୍ବରେ ଥିବା କର୍ମଚାରୀ ବ୍ୟାରେଲରୁ ପାଇପ ଯୋଗେ କିରୋସିନ ବାହାର କରି ଛୋଟ ଜାର ଭର୍ତ୍ତି କରୁଥିଲେ । ମାତ୍ର ଛୋଟ ଜାର୍ ଭର୍ତ୍ତି ହେବା ପୂର୍ବରୁ ସେ ଦୋକାନ ବନ୍ଦ କରି ଘରକୁ ପଳାଇଥିଲେ । କିଛି ସମୟ ପରେ ଜାର୍ ଭର୍ତ୍ତି ହୋଇ ଦୋକାନ ବାହାରକୁ କିରୋସିନ ବୋହିବା ଆରମ୍ଭ ହୋଇଥିଲା । ଦୋକାନ ବାହାରକୁ କିରୋସିନ ବାହାରିବା ପରେ ଅଚାନକ ସେଥିରେ ନିଆଁ ଲାଗିଯାଇଥିଲା । ତେବେ ଦୋକାନ ଭିତରକୁ ନିଆଁ ବ୍ୟାପିବା ପୂର୍ବରୁ ଗାଁ ଲୋକେ ନିଆଁକୁ ଆୟତ୍ତ କରିଥିଲେ । ଫଳରେ ଦୋକାନ ଭିତରେ ଥିବା ବସ୍ତା ବସ୍ତା ପିଡିଏଫ ଗହମ, ଚାଉଳ ନିଆଁରେ ପୋଡି ନଷ୍ଟ ହେବା ପୂର୍ବରୁ ରକ୍ଷା ପାଇଯାଇଥିଲା । ତେବେ ସବଡିଲରଙ୍କ ଦାୟିତ୍ବହୀନତାକୁ ନେଇ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here