(ମାଲକାନଗିରି) ଆତ୍ମସମର୍ପଣ କଲା ମହିଳା ମାଓବାଦୀ । ବର୍ଷକ ତଳେ ମାଓବାଦୀ ଦଳରେ ସାମିଲ ହୋଇଥିଲା ଲଛି ଖରା । ଆଜି ମାଲକାନଗିରି ଏସପିଙ୍କ ନିକଟରେ ଲଛି ଆତ୍ମସମର୍ପଣ କରିଛି । ସିନିୟର ମାଓବାଦୀଙ୍କ ବ୍ୟବହାର ଏବଂ ନିର୍ଯାତନାରେ ଅତିଷ୍ଠ ହୋଇ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମିତିକି ଲୋକଙ୍କୁ ହତ୍ୟା ଧମକ ଦେଇ ଜୋର ଜବରଦସ୍ତ ମାଓ ସଙ୍ଗଠନରେ ସାମିଲ କରାଯାଉଥିବା ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ କହିଛନ୍ତି । ସ୍ୱାଭିମାନ ଅଞ୍ଚଳ ମୁକୁଟପାଲିର ମହିଳା ମାଓବାଦୀ ଦୁଇ ବର୍ଷ ହେଲା ବିଭିନ୍ନ ମାଓ ହିଂସାରେ ସାମିଲ ଥିବା ପୋଲିସ ସୂଚନା ଦେଇଛି ।
ରିପୋର୍ଟ-ହୃଷିକେଶ ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here