ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ । ଗୃହରେ ବିବୃତ୍ତି ରଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ବିଧାନସଭାରେ ବିବୃତ୍ତି ରଖିଛନ୍ତି ପରିବହନ ମନ୍ତ୍ରୀ । ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିବାକୁ ସହମତି ଦେଇଛନ୍ତି ବୋଲି ବିଧାନସଭାରେ ବିବୃତି ରଖିଲେ ମନ୍ତ୍ରୀ ଟୁକୁନି ସାହୁ, କହିଲେ-‘କାଲି ମୁଖ୍ୟ ସଚିବ ଡ୍ରାଇଭର ସଂଘକୁ ଡାକି ଆଲୋଚନା କରିଛନ୍ତି, ୩ ମାସରେ ଡ୍ରାଇଭରଙ୍କ ଦାବି ପୂରଣ କରିବାକୁ ନିଷ୍ପତ୍ତି ହୋଇଛି, ସେମାନେ ଆନ୍ଦୋଳନରୁ ଓହରିବା ଲାଗି ସହମତି ପ୍ରକାଶ କରିଛନ୍ତି । ଗତକାଲି ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇକି ବିଧାନସଭାରେ ହଙ୍ଗାମା ହୋଇଥିଲା । ବିଧାନସଭାରେ ଡ୍ରାଇଭରଙ୍କ ଧର୍ମଘଟ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଗୃହରେ ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପି ହୋହଲ୍ଲା କରିଥିଲେ । ଏହାପରେ ବାଚସ୍ପତ୍ତି ସର୍ବଦଳୀୟ ବୈଠକ ଡାକିଥିଲେ ।

LEAVE A REPLY

Please enter your comment!
Please enter your name here