ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହ ସବୁ ପ୍ରକାର କାର୍ଯ୍ୟର ସଫଳ ରୂପାୟନ ପାଇଁ ଲକ୍ଷାଧିକ ଠିକା କର୍ମଚାରୀ ଦିନରାତି କାମ କରୁଥିବା ବେଳେ ସରକାର ସେମାନଙ୍କୁ ନ୍ୟାୟ ଦେଉନାହାନ୍ତି । ଲକ୍ଷ ଲକ୍ଷ ସ୍ଥାୟୀ କର୍ମଚାରୀଙ୍କ ଅଭାବ ଥିବାବେଳେ ସରକାର ଗତ ୧୫ ବର୍ଷ ଧରି ଅସ୍ଥାୟୀ କର୍ମଚାରୀରେ କାର୍ଯ୍ୟ କରିଆସୁଛନ୍ତି । ଯଦି ସରକାର ସେମାନଙ୍କୁ ସ୍ଥାୟୀ ନକରନ୍ତି, ତେବେ ତାର ପରିଣାମ ଭୋଗ କରିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଓଡିଶା କର୍ମଚାରୀ ମହାସଂଘ ଚେତାବନୀ ଦେଇଛି । ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୂନୟ ବିନୟ ଓ ଶାନ୍ତିପୂର୍ଣ ଆନେ୍ଦାଳନ ମାଧ୍ୟମରେ ନିଜର ହକ୍ ଓ ଦାବୀ ଉପସ୍ଥାପନ କଲେ ବି ସାମାନ୍ୟ ନ୍ୟାୟ ମିଳୁନି । ସରକାରଙ୍କ ମୌଖିକ ଓ ଲିଖିତ ପ୍ରତିଶୃତି ନିଷ୍ଠୁର ପ୍ରତାରଣାରେ ପରିଣତ ହୋଇଛି ବୋଲି ସଂଘ କହିଛି । ସରକାର କ୍ଷମତାକୁ ଫେରିବା ପାଇଁ ଅନାବଶ୍ୟକ ମାଗଣା ଯୋଜନା ଓ ଦାନଧର୍ମରେ ରାଜ୍ୟ ରାଜକୋଷକୁ ବରବାଦ କରୁଥିବା ବେଳେ କର୍ମଚାରୀଙ୍କୁ ସେମାନଙ୍କ ଅଧିକାରରୁ କାହିଁକି ବଞ୍ଚିତ କରାଯାଉଛି ବୋଲି ସଂଘ ପ୍ରଶ୍ନ କରିଛି । କର୍ମଚାରୀ ମହାସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କର୍ମଚାରୀ ନେତା ପ୍ରଭାତ ମହାନ୍ତି ଆଉଟ ସୋର୍ସିଂ ଓ ଠିକା ବ୍ୟବସ୍ଥା ସଂପୂଣ ଉଚ୍ଛେଦ ସହ ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି, ଚାକିରି ସୁରକ୍ଷା, ସମାନ କାମକୁ ସମାନ ଦରମା, କେନ୍ଦୁପତ୍ର କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ କରିବା, ଅବସର ବୟସ କାର୍ଯ୍ୟକାଳ୧ ବର୍ଷକୁ ବୃଦ୍ଧି, ଟେମ୍ପୋରାରୀ ଷ୍ଟାଟସ କର୍ମଚାରୀଙ୍କୁ ଅବିଳମ୍ବେ ସ୍ଥାୟୀ ଓ କେନ୍ଦ୍ରୀୟ ଆର୍ଥିକ ଦେୟରେ କାର୍ଯ୍ୟରତ ଏକଲବ୍ୟ ଓ କୃଷିବିଗ୍ୟାନ କେନ୍ଦ୍ରକର୍ମଚାରୀଙ୍କୁ ଧାର୍ଯ୍ୟ ଦରମା ଓ ସ୍ଥାୟି ନିଯୁକ୍ତି ଦେବାକୁ ଦାବି କରଛନ୍ତି । ୧୩-୦୪- ୧୯୯୩ ମସିହା ପରଠାରୁ କାମ କରୁଥିବା ଡି ଏଲ ଆର କର୍ମଚାରୀଙ୍କୁ ଅବିଳମ୍ବେ ସ୍ଥାୟୀ କରିବାର ପ୍ରତିଶୃତି ଦେଉଥିଲେ ମଧ୍ୟ ବିଭିନ୍ନ ସମୟରେ ନୂଆ ନୂଆ ବାହାନା ଦେଖାଇ ଟାଳି ଆସୁଛନ୍ତି ।
କିନ୍ତୁ ଏକଥା ସରକାର ଭୁଲିଯାଇଛନ୍ତି ଯେ, ଏହି ଅସହାୟ ସ୍ୱଳ୍ପଦରମାରେ ଦୁର୍ବିସହ ଜୀବନ ବିତାଉଥିବା ମଣିଷ ଓ ସେମାନଙ୍କ ଉପରେ ନିର୍ଭର କରୁଥିବା ପରିବାରର ସଭ୍ୟମାନଙ୍କ ଦୀର୍ଘଶ୍ୱାସ ଓ ଭୋକର ନିଆଁ ରେ ସରକାରଙ୍କ ସବୁ ସ୍ୱପ୍ନକୁ ଧୂଳିସାତ କରିଦେବ ଓ ଏହି ବର୍ଗର କର୍ମଚାରୀଙ୍କ ପଞିଭୁତ କୋ୍ରଧ ତଥା ଜିଦ୍ ସବୁ ଗଣିତକୁ ଓଲଟାଇ ଦେବ । ଯଦି କ୍ଷେତ୍ର ବାସ୍ତବତାକୁ ସରକାର ଉପଲବ୍ଧି କରିବେ ନାହିଁ, ଉଚ୍ଚଶିକ୍ଷିତ ଆଉଟ ସୋସିଂ, ଠିକା/ଯୁକ୍ତି ଭିତିକ ,ଡିଏଲଆର ଓ କେନ୍ଦୁପତ୍ର ଆସ୍ଥାୟୀ କର୍ମଚାରୀ ମାନଙ୍କ ସମସ୍ୟାକୁ ସମାଧାନ ପାଇଁ ଆନ୍ତରିକତା ପ୍ରକାଶ କରିବେ ନାହିଁ, ଦେଇଥିବା ପ୍ରତିଶୃତି ପୁରଣ କରିବେ ନାହିଁ , ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଆଳରେ ଦାବୀ ସମାଧାନ ବଦଳରେ ନିର୍ବାଚନ ପର୍ଯ୍ୟନ୍ତ ଉଦେ୍ଦଶ୍ୟ ମୂଳକ ଭାବେ ସମୟ ଟାଳି ଭୂଆଁ ବୁଲେଇବାର ଅପଚେଷ୍ଟା କରିବେ, ତେବେ ଆସନ୍ତା ଫେବୃୟାରୀ ୨୩ ତାରିଖ ଶନିବାର ଦିନ ସାରା ରାଜ୍ୟର ସବୁ ବିଭାଗ,ନିଗମ, ର୍ବୋଡ ଓ ଅନ୍ୟାନ୍ୟ ସଂସ୍ଥାରେ କାର୍ଯ୍ୟରତ ଆଉଟସୋସିଂ ଚୁକ୍ତି ଭିତ୍ତିକ ବା ଠିକା ଓ ଡେଲି ଓଏଜେସ, କେନ୍ଦୁପତ୍ର କର୍ମଚାରୀମାନେ ରାମ ମନ୍ଦିର ଛକରୁ ଏକ ବିରାଟ ପଟୁଆରରେ ଆସି, ଗାନ୍ଧିମାର୍ଗ ଠାରେ ଏକ ପ୍ର୍ରତିବାଦ ସଭା କରିବାକୁ ସଂଘ ନିଷ୍ପତ୍ତି ନେଇଛିା

LEAVE A REPLY

Please enter your comment!
Please enter your name here