ଜୁଲାଇ 27 ତାରିଖରେ ଦେଖାଯିବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ. ଶୁକ୍ରବାର ରାତି 11ଟା 53 ମିନିଟରେ ଗ୍ରହଣ ଆରମ୍ଭ ହେବ. ଦିନ 2ଟା 54 ମିନିଟରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ଥିବା ଉଲ୍ଲେଖ ରହିଛି. ଏହି ଗ୍ରହଣ ଶତାବ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ. ଗ୍ରହଣର ଅବଧି ମୋଟାମୋଟି ଭାବେ 6 ଘଣ୍ଟା 14 ମିନିଟ୍ ରହିବ. ଏହି ସମୟରେ 103 ମିନିଟ୍ ଧରି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣର ସ୍ଥିତି ଦେଖିବାକୁ ମିଳିବ. ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣକୁ ସମସ୍ତେ ଦେଖିପାରିବେ. ଏହି ଦିନ ବ୍ଲଡ୍ ମୁନ୍ ଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିବ. ଲାଲ୍ ରଙ୍ଗର ଚନ୍ଦ୍ର ଦେଖିବାକୁ ମିଳିବ ଏହିଦିନ. ପୌରାଣିକ ଦୃଷ୍ଟିରୁ ଚନ୍ଦ୍ରଗ୍ରହଣକୁ ନେଇ ଅନେକ ତଥ୍ୟ ଥିଲେ ମଧ୍ୟ ବୈଜ୍ଞାନିକ ତଥ୍ୟ ଅନୁସାରେ ଗ୍ରହଣ ଦିନ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳ ରେଖାରେ ରହିଥାନ୍ତି. ଚନ୍ଦ୍ର ପୃଥିବୀର ପରିଛାୟାରେ ରହିଲେ ଚନ୍ଦ୍ରଗ୍ରହଣ ହୋଇଥାଏ.

LEAVE A REPLY

Please enter your comment!
Please enter your name here