ସରକାରୀ ଜମି ଅଭାବ ଯୋଗୁ ମେଡିକାଲ କଲେଜ ଠାରୁ ଆରମ୍ଭ କରି ଏୟାର ଷ୍ଟ୍ରିପ ପର୍ଯ୍ୟନ୍ତ ଅନେକ ବଡ ବଡ ଯୋଜନା ରାୟଗଡାରେ ହୋଇ ପାରୁନଥିବା ବେଳେ ଚିନି ଶିଲ୍ପ ନାଁରେ ସରକାରୀ ଜମି ହଡପ ହେଉଥିବା ଅଭିଯୋଗ ହୋଇଛି. ଜେଏସକୋ ଦଖଲରେ ଥିବା ଜମିକୁ ମୁକ୍ତ କରିବା ପାଇଁ ଏବେ ଅଣ୍ଟା ଭିଡିଛି ରାୟଗଡା ନାଗରିକ ମଞ୍ଚ. ଚିନି ଉତ୍ପାଦନ ନାଁରେ ବର୍ଷ ବର୍ଷ ଧରି ମିଥ୍ୟା ତଥ୍ୟ ଦେଇ ନିଜ ଅକ୍ତିଆରରେ ରଖିଥିବା 878.830 ଏକର ଜମିକୁ ପୁନର୍ବାର ସରକାରଙ୍କ କବଜାକୁ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି. ଜିଲ୍ଲା ନାଗରିକ ମଞ୍ଚ କରିଥିବା ଅଭିଯୋଗ ଅନୁଯାୟୀ,  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ବ୍ୟାଙ୍କରେ ସରକାରଙ୍କ ଜମିକୁ ବନ୍ଧକ ରଖି କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ସୁଗାର କଂପାନୀ ମାଲିକ. ଏଭଳି ଏକ ଖବର ନଜରକୁ ଆସିଛି ଏନସିଏଲଟି ଟ୍ରେସ ପାସ୍ ନୋଟିସ ଲାଗିବା ପରେ. ସେପଟେ ସ୍ଥାନୀୟ ତହସିଲଦାରଙ୍କ ରାୟକୁ କାଏମ ରଖି 506.69 ଏକର ଜମିକୁ ତୁରନ୍ତ ସରକାରୀ ଖାତାକୁ ଆଣିବାକୁ 2015 ମସିହାରୁ ନିର୍ଦ୍ଦେଶ ରହିଥିବା ବେଳେ ଏଯାଏଁ ପ୍ରଶାସନ ଏ ଦିଗରେ କୌଣସି ବିଧିବଦ୍ଧ ପଦକ୍ଷେପ ନେଉନାହାନ୍ତି ବୋଲି ମଞ୍ଚ ଅଭିଯୋଗ କରିଛି.

LEAVE A REPLY

Please enter your comment!
Please enter your name here