ପ୍ରତିବର୍ଷ ଓଡିଶାରୁ ବାହାର ରାଜ୍ୟକୁ ଯୁବତୀ ଚାଲାଣ ସଂଖ୍ୟା ବଢିବାରେ ଲାଗିଛି । ବିଶେଷକରି ପଞ୍ଜାବ , ହରିୟାଣା ଭଳି ରାଜ୍ୟକୁ ଓଡିଶାରୁ ଯୁବତୀ ଚାଲାଣ ହେଉଛି । ମାତ୍ର ଯୁବତୀ ଚାଲାଣ ସମ୍ପର୍କରେ ତଥ୍ୟ ଥିଲେ ମଧ୍ୟ ଏହାକୁ ରୋକିବାରେ ପୋଲିସ ସଫଳ ହୋଇପାରନାହିଁ । ଏହି ପରିପ୍ରେକ୍ଷୀରେ ଯୁବତୀ ଚାଲାଣ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ ମାନବ ଚାଲାଣ ନିରୋଧ କର୍ମଶାଳା । ଏହି କର୍ମଶାଳାକୁ ରାଜ୍ୟପାଳ ପ୍ରଫେସର ଗଶେଷୀ ଲାଲ ଉଦଘାଟନ କରିଥିଲେ । ଡିଜିପି ଡା. ଆର ପି ଶର୍ମା ଏବଂ ଅବସରପ୍ରାପ୍ତ ପୋଲିସ ଅଧିକାରୀମାନେ ମାନବ ଚାଲଣର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here