ମେଘାଳୟରେ ଓଡିଶାର ଅଗ୍ନିଶମ ସେବା ସଂସ୍ଥା ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି. ଫଳରେ ତିନିଜଣ ଆହତ ହୋଇଛନ୍ତି. ମିଳିଥିବା ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ 9ଟା ସମୟରେ ମେଘାଳୟର ଇଷ୍ଟ ଜଇନ୍ତିଆ ଅଞ୍ଚଳରୁ ବସ ଯୋଗେ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କ ବସ ଉପରକୁ ଟେକା, ପଥର ଫିଙ୍ଗିବା ଆରମ୍ଭ କରିଥିଲେ. ଫଳରେ ବସର କାଚ ଭାଙ୍ଗି ତିନିଜଣ ଆହତ ହୋଇଛନ୍ତି. ତେବେ କେଉଁ କାରଣ ପାଇଁ ସେମାନଙ୍କ ସହ ଏଭଳି ଘଟିଲା ତାହାର କାରଣ ଜଣାପଡିନାହିଁ. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମେଘାଳୟର ଏକ କୋଇଲା ଖଣିରେ କାମ କରୁଥିବା ସମୟରେ ପାଣି ପଶିଯିବାରୁ କିଛି ଶ୍ରମିକ ତା ଭିତରେ ଫସିରହିଥିଲେ ଏବଂ ଅନେକଙ୍କର ଜୀବନ ଯାଇଥିଲା. ସେମାନଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶାରୁ 22 ଜଣ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀଙ୍କୁ ପଠାଯାଇଛି. ତେବେ ସେମାନଙ୍କ କ୍ୟାମ୍ପଠାରୁ ଘଟଣାସ୍ଥଳ ପାଖାପାଖି 60 କିଲୋମିଟର ଦୂର ହୋଇଥିବାରୁ ଯିବା ଆସିବା ପାଇଁ ସେମାନଙ୍କୁ ଏହି ଘରୋଇ ବସ୍ ଯୋଗାଇ ଦିଆଯାଇଥିବା ବେଳେ ଗୁରୁବାର ଏଭଳି ଏକ ଘଟଣା ଘଟିଛି.

 

 

LEAVE A REPLY

Please enter your comment!
Please enter your name here