ପଂଚାୟତ ସ୍ତରୀୟ ଉନ୍ନୟନ ପାଇଁ ସରକାରଙ୍କ ପକ୍ଷରୁ ଆସୁଛି ଅର୍ଥ | କିନ୍ତୁ କିଛି ଲାଞ୍ଚୁଆ ତଳସ୍ତରୀୟ ଅଧିକାରୀଙ୍କ ପାଇଁ ସଠିକ ଭାବେ ବିନିଯୋଗ ହୋଇପାରୁନି ଅର୍ଥ | କୋଉଠି ସାଧାରଣ ଲୋକ ପିସି କାରବାରର ସମ୍ମୁଖୀନ ହେଉଛନ୍ତି ତ ଆଉ କେଉଁଠି ସେତିକି ମଧ୍ୟ ସାଧାରଣ ଲୋକଙ୍କ ପାଖରେ ପହଁଚିପାରୁନି | ଏଠି ସରକାରଙ୍କ ମୋ ସରକାର ଓ ଫାଇବ-ଟି ର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛନ୍ତି | ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ | ପଂଚାୟତ ସ୍ତରରେ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସିଥିଲା ୨୩ ଲକ୍ଷ ଟଙ୍କା | ମାତ୍ର ଅର୍ଥ ଲୋଭି ଅଧିକାରୀ ଆସିଥିବା ଅର୍ଥକୁ ବିନିଯୋଗ ନକରି ଚୁଳ କରିଦେଇଛନ୍ତି | ଏପରି ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପିପିଳିଆ ପଞ୍ଚାୟତର ସରପଞ୍ଚଙ୍କୁ ଅଟକ ରଖିଛି ପୁଲିସ୍‌ | ଏଥିସହ ଏଥିରେ ସଂପୃକ୍ତ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଫେରାର ହୋଇ ଯାଇଛନ୍ତି |
ସୂଚନାଯୋଗ୍ୟ ଯେ, ଗତ ଆର୍ଥିକ ବର୍ଷରେ ଉନ୍ନୟନ କାର୍ଯ୍ୟ ପାଇଁ ପିପିଳିଆ ପଞ୍ଚାୟତକୁ ୨୩ ଲକ୍ଷ ଟଙ୍କା ଆସିଥିଲା । ତେବେ କୌଣସି ଉନ୍ନୟନ କାର୍ଯ୍ୟ ନ କରି ସରପଞ୍ଚ ଉପେନ୍ଦ୍ର ନାୟକ ଓ ପିଇଓ ଏହି ଟଙ୍କା ହଡ଼ପ କରି ନେଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଏନେଇ ଘଟଗାଁ ବିଡିଓ, ଥାନାରେ ଏତଲା ଦେଇଥିଲେ । ପରେ ପୁଲିସ୍‌ ସରପଞ୍ଚ ଉପେନ୍ଦ୍ରଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା ଚଳାଇଛି ।

LEAVE A REPLY

Please enter your comment!
Please enter your name here