ସମୟ କେତେ ନିଷ୍ଠୁର । କରୋନା ଆଣିଦେଇଛି ଏମିତି ଦାରୁଣ ଦୁଃଖ । ବାପାଙ୍କ ମୃତ୍ୟୁର ବାରଦିନ ଭିତରେ ଆଖିବୁଜି ଦେଇଛନ୍ତି ଦୁଇପୁଅ । ବିଶିଷ୍ଠ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ଗତ 9 ତାରିଖରେ କୋଭିଡରେ ଆକ୍ରାନ୍ତ ହୋଇ ଦେହାନ୍ତ ହୋଇଥିଲା । ତାଙ୍କ ଦୁଇପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ । ଗତକାଲି ବାପାଙ୍କ ଏକାଦଶାହ ଦିନ ତାଙ୍କ ମଝିଆଁ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ବିୟୋଗ ଘଟିଥିଲା । ସେ ଏମ୍ସରେ ଚିକିତ୍ସାଧୀନ ଥିଲେ ଏବଂ କୋଭିଡରେ ଆକ୍ରାନ୍ତ ହୋଇ ସେ କ୍ରମଶଃ ସୁସ୍ଥ ହୋଇ ଆସିଥିଲେ । ଏପରିକି ତାଙ୍କ କୋଭିଡ୍ ରିପୋର୍ଟ ମଧ୍ୟ ନେଗେଟିଭ୍ ଥିଲା । ହେଲେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନଥିଲେ । ଆଜି ତାଙ୍କ ବଡପୁଅ ଯଶୋବନ୍ତଙ୍କ ଦେହାନ୍ତ ହୋଇଛି । ସେ ସମ୍ ହସପିଟାଲରେ ଚିକିତ୍ସାଧୀନ ଥିଲେ । ଜଣେ ବିଶିଷ୍ଟବ୍ୟକ୍ତିଙ୍କ ପରିବାରର ତିନିଜଣଙ୍କ କରୋନାରେ ଦେହାନ୍ତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

LEAVE A REPLY

Please enter your comment!
Please enter your name here