ବଢିବାରେ ଲାଗିଛି ପେଟ୍ରୋଲ , ଡିଜେଲ ଦର ।ଏହାର ପ୍ରତିବାଦରେ କଂଗ୍ରେସ କରିଛି ସାଇକେଲ ରାଲି । କଂଗ୍ରେସ ଭବନ ପାଖରୁ ଲୋୟର ପିଏମଜି ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ସାଇକେଲ ରାଲି କରାଯାଇଥିଲା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ବିଧାୟକ ସାଇକେଲରେ ବିଧାନସଭା ପହଁଞ୍ଚିଥିଲେ । କଂଗ୍ରେସ ବିଧାୟକ ତାରା ବାହିନୀ ପତି , ସୁରେଶ ରାଉତରାୟ ପ୍ରମୁଖ ସାଇକେଲରେ ବିଧାନସଭା ଆସି ତୈଳଦର ବୃଦ୍ଧିର ପ୍ରତିବାଦ କରିଛନ୍ତି । ଭୁବନେଶ୍ୱର ୟୁନିଟ-୨ ସ୍ଥିତ ପେଟ୍ରୋଲ ପମ୍ପରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟାନରରେ କାଳୀ ଫୋପାଡିବା ସହ ବ୍ୟାନର ଚିରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।

LEAVE A REPLY

Please enter your comment!
Please enter your name here