ଗଜପତି : ସାତଦିନ ତଳେ ହୋଇଥିଲା ପ୍ରେମ ବିବାହ I କିନ୍ତୁ ଆଜି ମିଳିଛି ମୃତ ଦେହ Iକଣ ହେଲା ଏମିତି ଯେ କରିବାକୁ ପଡିଲା ଆତ୍ମହତ୍ୟା I ପୂରା ହବା ପୂର୍ବରୁ ଭାଙ୍ଗିଗଲା ସମସ୍ତ ସ୍ୱପ୍ନ I ବନ୍ଦ କୋଠରୀରୁ ମିଳିଲା ଅର୍ଦ୍ଧ ଦଗ୍ଧ ମୃତ ଦେହ I ଚନ୍ଦ୍ରଗିରି ହାଟପଦାର ଅଭାବନୀୟ ଘଟଣା I କର୍ଚ୍ଚବାଡି ପଞ୍ଚାୟତ କନ୍ଧ ଅଡବା ଗ୍ରାମର ପଙ୍କଜ ନାୟକ ସାତଦିନ ତଳେ ଗଞ୍ଜାମ ଜିଲ୍ଲା ଆସ୍କାର ଅନାଦି ଜେନାଙ୍କୁ କରିଥିଲେ ପ୍ରେମ ବିବାହ I ବିବାହ ପରେ ଚନ୍ଦ୍ରଗିରି ହାଟପଦାରେ ପୁରୁଷୋତ୍ତମ ଉଠାଣ ସିଂଙ୍କ ଘରେ ଭଡାରେ ରହୁଥିଲେ I ବାହାଘର ପରେ ଆରମ୍ଭ ହୋଇଯାଇଥିଲା ନିର୍ଯ୍ୟାତନା I ସ୍ୱାମୀ ଅନାଦି ପଙ୍କଜକୁ କରୁଥିଲା ମାରପିଟ I ଏନେଇ ଘରମାଲିକ ଓ ତାଙ୍କ ଝିଅ ଥାନାରେ କରିଥିଲେ ଅଭିଯୋଗ I କିନ୍ତୁ ଆଜି ଉକ୍ତ ଘରୁ ବାହାରିଥିଲା ଧୂଆଁ ମିଳିଥିଲା ଅର୍ଦ୍ଧ ଦଗ୍ଧ ମୃତ ଦେହ I ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି I ତେବେ ସ୍ୱାମୀ ଅନାଦି ଜେନା ଫେରାର ଅଛି I ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ମହୋନା ଥାନା ଅଧିକାରୀ ସୁଜିତ ନାୟକ କହିଛନ୍ତି I

LEAVE A REPLY

Please enter your comment!
Please enter your name here