ବଦଳିବ ପାଠପଢାର ଶୈଳୀ, ଛାତ୍ରଛାତ୍ରୀ ହେବେ ଆହୁରି ଦକ୍ଷ । ଉଚ୍ଚଶିକ୍ଷାରେ ଆସିବ ସଂସ୍କାର । ପ୍ରତି ବିଶ୍ୱବିଦ୍ୟାଳୟରେ ହେବ ସମାନ ପାଠ୍ୟଖସଡା । ସମସ୍ତ ବିଶ୍ୱବିଦ୍ୟାଳୟରେ ଗୋଟିଏ ଦିନରେ ପରୀକ୍ଷା ହେବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତିରେ ଲାଗିପଡ଼ିଛି ରାଜ୍ୟ ଶିକ୍ଷା ବିଭାଗ ।

କଲେଜରେ କେବଳ ପାଠପଢ଼ା ନୁହେଁ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଦିଗରେ କାମ କରିବେ ଅଧ୍ୟାପକ । ପଢ଼ିବାକୁ ମିଳିବ ଉଚ୍ଚମାନର ପାଠ୍ୟପୁସ୍ତକ । ଏନେଇ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆସନ୍ତା ୨୦୧୯-୨୦ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରଣାଳୀରେ ସୁଧାର ଆସିବ । କେବଳ ଏତିକି ନୁହେଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଗୋଟିଏ ସମୟରେ ହେବ ଗ୍ରାଜୁଏସନ ପରୀକ୍ଷା । ଗ୍ରାଜୁଏସନରେ ୪୫ ପ୍ରତିଶତ ନମ୍ବର ରଖିପାରିଲେ ହିଁ ପିଜି ପ୍ରବେଶିକା ପାଇଁ ଯୋଗ୍ୟ ହୋଇପାରିବେ ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରର ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରିଛି ଉଚ୍ଚଶିକ୍ଷା ବିଭାଗ । ତେବେ ପରିବର୍ତ୍ତନ ହେଉଥିବା ପାଠ୍ୟକ୍ରମ ପାଇଁ ଅଧ୍ୟାପକମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ । ଏନେଇ ଆଗାମୀ ଦିନରେ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here