ବିଜେବି କଲେଜ ସାମ୍ବାଦିକତା ବିଭାଗରେ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କଲେଜ ପକ୍ଷରୁ ସ୍ୱାଗତ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁପ୍ରଭା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଲିସି ଏଡିଜି ଡଃ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିକୁଳ ପରିସ୍ଥିତିରେ କାର୍ଯ୍ୟକରିବାକୁ ହେଲେ ସାମ୍ବାଦିକମାନଙ୍କୁ ଅଧିକ ଗ୍ୟାନ ଆହାରଣ କରିବା ଉଚିତ ଏବଂ କୌଣସି ଚାପର ବଶବତି ନହୋଇ କାର୍ଯ୍ୟ କରିବା ଦରକାର ବୋଲି ଡଃ ମହାନ୍ତି କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁପ୍ରଭା ପଟ୍ଟନାୟକ ସାମ୍ବାଦିକତା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଡଃ ବିନ୍ଦୁ ଭୁଷଣ ମହାନ୍ତି, ଡଃ ହୃଷିକେଷ ମହାନ୍ତି , ହେରିଟେଜ ଭିଜନ ଶିକ୍ଷାଟ୍ରଷ୍ଟ ନିଦେ୍ର୍ଦଶକ ମହେଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କୁ ଗୁରୁ ଦାୟିତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ଡଃ ବ୍ରଜ କିଶୋର ଅତିଥି ମାନଙ୍କୁ ସ୍ୱାଗତ କରିଥିବାବେଳେ ଚିତ୍ତ ରଞ୍ଜନ ମିଶ୍ର ବିଭିନ୍ନ କାର୍ଯ୍ୟଶୈଳୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ବିଭାଗୀୟ ମୁଖ୍ୟ ଡଃ ନଳୀନ୍ ପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ରାଜଲକ୍ଷ୍ମୀ ଦାସ ଧନ୍ୟବାଦ ଦେଇଥିଲେ । ସାମ୍ବଦିକତା ବିଭାଗର ପୂର୍ବତନ ଛାତ୍ର ଛାତ୍ରୀଙ୍କୁ ସମ୍ବୋର୍ଦ୍ଧନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here