ଦେଶର ପ୍ରମୁଖ ଗବେଷଣା ସଂସ୍ଥା ଇସ୍ରୋର ବୈଜ୍ଞାନିକ ପରୀକ୍ଷାରେ ଶୀର୍ଷ ସ୍ଥାନରେ ରହିଛନ୍ତି ବାଲେଶ୍ୱର ଜିଲ୍ଲାର ଆଲୋକ ଭଞ୍ଜ. ଏଥିପାଇଁ ସାରାଦେଶରୁ 7 ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ. ସେମାନଙ୍କ ଭିତରୁ ଆଲୋକ ସବୁଠୁ ଶୀର୍ଷରେ ରହି ଓଡିଶା ପାଇଁ ଗୌରବ ଆଣିଛନ୍ତି. ଶେରଗଡର ବିଦ୍ୟାଞ୍ଜଳି କଲେଜରୁ ସେ ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରିଥିବା ବେଳେ ଗତ ଜାନୁୟାରୀରେ  ଇସ୍ରୋର ପ୍ରଥମ ରାଉଣ୍ଡ ପରୀକ୍ଷା ହୋଇଥିଲା, ସେଥିରେ ସେ 16 ନମ୍ବର ସ୍ଥାନରେ ରହିଥିଲେ. ଏଥିପାଇଁ 100 ଜଣ ପରୀକ୍ଷା ଦେଇଥିଲେ. ପରେ ଫେବୃୟାରୀ ହୋଇଥିବା ଦ୍ୱିତୀୟ ରାଉଣ୍ଡ ପରୀକ୍ଷାରେ ମଧ୍ୟ ସେ ଟପରେ ରହି ନିଜ ଗାଁ ପ୍ରହରାଜପୁର ପାଇଁ ଗୌରବ ଆଣିଥିଲେ. ହାଇଦ୍ରାବାଦସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ(ଟିଆଇଏଫଆର)ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଏବଂ ଦୁଇଟି ପର୍ଯ୍ୟାୟରେ ଏହା ଜାନୁୟାରୀ ଓ ଫେବୃୟାରୀରେ ହୋଇଥିଲା. ଆଲୋକଙ୍କ ବାପା ଜଣେ କୃଷକ ହୋଇଥିବା ବେଳେ ପୁଅର ଏହି ସଫଳତା ପାଇଁ ସେ ବେଶ ଖୁସି ଥିବା କହିଛନ୍ତି.

LEAVE A REPLY

Please enter your comment!
Please enter your name here