ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ନୟାନ୍ତ ବନ ବିଭାଗ । ପ୍ରଥମରୁ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଉଦ୍ୟମ କରୁଥିଲା ବନବିଭାଗ । ସବୁଥିରେ ଫେଲ୍‌ ମାରିବା ପରେ ଚନ୍ଦକା ଅଭୟାରଣ୍ୟରେ ଥିବା ତାଲିମପ୍ରାପ୍ତ ହାତୀ ‘ଯଶୋଦା’କୁ ଆଜି ସା‌ତକୋଶିଆ ନିଆଯାଇଛି । ‘ଯଶୋଦା’, ଏବଂ ୪ ଜଣ ମାହୁନ୍ତଙ୍କୁ ମିଶାଇ ଏକ ୧୨ ଜଣିଆ ଟିମ୍‌ ସାତକୋଶିଆ ଅଭିମୁଖେ ଯାଇଛି। ତାଲିମପ୍ରାପ୍ତ ହୋଇଥିବାରୁ ତାଙ୍କ ଉପରେ ବସି ବାଘକୁ ଟ୍ରାଙ୍କୁଲାଇଜ୍‌ କରିହେବ ବୋଲି ବନବିଭାଗ ଆଶା ରଖିଛି । ଶୁକ୍ରବାର ଦିନତମାମ ବୈଠକ ହେବା ପରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ‘ଯଶୋଦା’କୁ ସାତକୋଶିଆ ନେବା ପାଇଁ ବନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ‘ଯଶୋଦା’ ବହୁ ବର୍ଷ ହେଲା ଚନ୍ଦକା‌ରେ ରହିଛି। ଜଙ୍ଗଲୀ ହାତୀକୁ ବାଟକୁ ଆଣିବା, ଜଙ୍ଗଲରୁ ଶିକାରୀକୁ ଘଉଡ଼ାଇବା ଆଦି ବିଷୟରେ ‘ଯଶୋଦା’ ବେଶ୍‌ ତାଲିମପ୍ରାପ୍ତ।

LEAVE A REPLY

Please enter your comment!
Please enter your name here