କନ୍ଧମାଳ ସେବାଶ୍ରମରେ ଛାତ୍ରୀଙ୍କ ପ୍ରସବ ଘଟଣାରେ ତାତିଲେ ପ୍ରଦେଶ ମହିଳା କଂଗ୍ରେସ । ବାରମ୍ବାର ସେବାଶ୍ରମ ସ୍କୁଲଗୁଡିକରେ ଯୌନ ବ୍ୟଭିଚାର ଘଟଣା ଘଟୁ ଥିବାରୁ ଏହାର ପ୍ରତିବାଦ କରିଛି ମହିଳା କଂଗ୍ରେସ. ମାଷ୍ଟରକାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ମହିଳା କଂଗ୍ରେସ କର୍ମୀମାନେ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀ ଓ ପ୍ରଫୁଲ୍ଲ ସାମଲଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି. ଏହି ଘଟଣା ପାଇଁ ବିଭାଗୀୟ ମନ୍ତ୍ରୀମାନେ ନୈତିକ ଭାବେ ଦାୟୀ ବୋଲି ମହିଳା କଂଗ୍ରେସ ସଭାପତି ଶ୍ରୀମତି ସୁମିତ୍ରା ଜେନା କହିଛନ୍ତି. କନ୍ଧମାଳ ଜିଲ୍ଲାପାଳଙ୍କୁ ମଧ୍ୟ ସେ ଦାୟୀ କରିଛନ୍ତି. ୭୨ ଘଣ୍ଟା ମଧ୍ୟରେ ଯଦି ମୁଖ୍ୟମନ୍ତ୍ରୀ ମନ୍ତ୍ରୀଦ୍ୱୟଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା ନକରନ୍ତି ତେବେ ଆସନ୍ତା ୧୯ରେ ମହିଳା କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟବାପୀ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ସୁମିତ୍ରା ଜେନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here