ସାଧାରଣ ସାଇକେଲ ପରି ଲାଗୁଥିଲେ ମଧ୍ୟ ଏହା ପୁରାପୁରି ଡିଫରେଣ୍ଟ । ପେଡାଲ୍ ନୁହେଁ ବରଂ ଅଟୋ ଗିଅରରେ ଚାଲୁଛି ଏହି ସାଇକେଲ । ବୌଦ୍ଧ ଜିଲ୍ଲା ଗୋହିପିଟା ଗାଁର ଆକାଶ ମେହେର ଉଦଭାବନ କରିଛନ୍ତି ଏହି ସୋଲାର ଅଟୋ ଗିଅର ସାଇକେଲ । ମଡର୍ନ ଟେକ୍ନୋଲୋଜିକୁ ବ୍ୟବହାର କରି ପ୍ରସ୍ତୁତ ହୋଇଛି ଏହି ସାଇକେଲ । ପିଲାଟି ବେଳୁ ସ୍ୱପ୍ନ ଥିଲା କିଛି ନୂଆ କରିବାକୁ, ଦିଲ୍ଲୀରେ ସିଭିଲ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ବେଳେ ସେଠାରେ ବିଦୁ୍ୟତ୍ ଚାଳିତ ଅଟୋରିକ୍ସା ତାଙ୍କୁ ଏଭଳି ସୌରଚାଳିତ ସାଇକେଲ ତିଆରି କରିବାକୁ ପ୍ରେରଣା ଦେଇଥିଲା । ଏହି ସୌରଚାଳିତ ସାଇକେଲ ଘଣ୍ଟାକୁ ୩୦ କିଲୋମିଟର ଯାଇ ପାରିବ । ସାଇକେଲରେ ଲାଗିଛି ବ୍ୟାଟେରୀ । ସୋଲାର ପାନେଲ ସାଇକେଲର ଆଗରେ ଖଞ୍ଜା ହୋଇଛି । ମେଘୁଆ ପାଗରେ ଏହା ୪ ଘଣ୍ଟା ଚାଲି ପାରିବ । ଏପରିକି ସାଇକେଲରେ ମୁ୍ୟଜିକ୍ ସିଷ୍ଟମ ସହ ରାତିରେ ଯିବା ଆସିବା କରିବା ପାଇଁ ଲାଇଟ୍ ଲାଗିଛି । ଏହା ଶଦ୍ଦ ବିହୀନ ଏବଂ ଧୂଆଁ ବାହାରୁନଥିବାରୁ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ବାର୍ତ୍ତା ଦେଉଥିବା ଆକାଶ କହିଛନ୍ତି । ଖୁବ୍ କମ ଦିନରେ ଆକାଶ ଏହାକୁ ତିଆରି କରିଛନ୍ତି । ସାଇକେଲ ତିଆରି କରିବାକୁ ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ଆକାଶ । ନିଜର ପରିଶ୍ରମ ଓ ବୁଦ୍ଧିମତାର ପରିଚୟଦେଇ ଗାଁରେ ରହୁଥିବା ଏଇ ଯୁବକଙ୍କ କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି । ପୁଅର ଏହି ବିରଳ ଉଦ୍ଭାବନକୁ ନେଇ ପରିବାର ଓ ସ୍ଥାନୀୟ ଅଂଚଳରେ ଖୁସିର ଲହରି ଖେଲିଯାଇଛି ।

LEAVE A REPLY

Please enter your comment!
Please enter your name here