ଓଡିଆ ଫିଲ୍ମ ପୋଷ୍ଟରକୁ ନେଇ ପୁଣି ଥରେ ବିବାଦରେ ଆସିଛନ୍ତି ହାସ୍ୟ ଅଭିନେତା ପପୁ ପମ ପମ । ରିଲିଜ ହେବାକୁ ଥିବା ଓଡିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ଏଭଳି ବିବାଦ ଆସିଛି । ଏଥିରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ପୋଷ୍ଟରରେ କିଛି ମହିଳାଙ୍କ ସହ ନଜର ଆସିଛନ୍ତି ପପୁ ପମ ପମ । ପୋଷ୍ଟରରେ ପପୁ କିଛି ଯବୁତୀଙ୍କ ବେକରେ ରଶି ବାନ୍ଧି ଲଗାମ ଧରିବା ପୋଜ୍ରେ ନଜର ଆସୁଛନ୍ତି । ଦୂତି ଚାନ୍ଦଙ୍କ ସମେତ କିଛି ବ୍ୟକ୍ତି ପୋଷ୍ଟରକୁ ନେଇ ଆପତ୍ତି ଉଠାଇଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ପପୁଙ୍କ ଏଭଳି ପୋଷ୍ଟରକୁ କଟାକ୍ଷ କରାଯାଇ ଟ୍ରୋଲ କରାଯାଇଛି । କିଛି ୟୁଜର୍ସ ପ୍ରଶ୍ନ କରିଛନ୍ତି ପପୁଙ୍କ ନାରୀମାନଙ୍କୁ ଏ କି ପ୍ରକାର ସମ୍ମାନ । ଅନେକ ସମୟରେ ବିବାଦରେ ରହି ଆସିଛନ୍ତି ପପୁ ପମପମ । ନିକଟରେ ସ୍ୱାସ୍ଥ୍ୟଗତ କାରଣରୁ ଫିଲ୍ମ ଜଗତରୁ କିଛି ଦିନ ପାଇଁ ଦୁରେଇ ଯାଇଥିଲେ । ଏବେ ପୁଣି ଥରେ ଫିଲ୍ମରେ ସକ୍ରିୟ ଅଛନ୍ତି ପପୁ । ନିକଟରେ ତାଙ୍କ ନିଦେ୍ର୍ଦଶିତ ଫିଲ୍ମ ଚିରକୁଟ୍ ରିଲିଜ ହୋଇଥିଲା । ଗଣେଶ ପୂଜାରେ ମିଷ୍ଟର କହ୍ନେୟା ରିଲିଜ ହେବ । ଫିଲ୍ମ ରିଲିଜ ହେବା ପୂର୍ବରୁ ବିବାଦକୁ ଚାଲି ଆସିଛନ୍ତି ପପୁ ପମ ପମ

LEAVE A REPLY

Please enter your comment!
Please enter your name here