ଜୋସରେ ନବୀନ ନିବାସ.

2019 ନିର୍ବାଚନ ପାଇଁ ତିଆରି ଚାଲିଛି ରଣନୀତି.

ରାତି ପାହିଲେ ନବୀନ ନିବାସରେ ଲାଗି ଯାଉଛି ନେତା ଓ ସମର୍ଥକଙ୍କ ଭିଡ. ନବୀନ ନିବାସ ଆଗରେ ହଜାର ହଜାର ଲୋକଙ୍କ ଭିଡରୁ ବାରି ହେଉଛି 2019 ନିର୍ବାଚନର ଉଷ୍ମତା.

କିଏ ଟିକେଟ ପାଇଁ ସମର୍ଥକଙ୍କ ସହ ନବୀନ ନିବାସରେ ତ ଆଉ କିଏ ସମର୍ଥକଙ୍କ ସହ ଯୋଗ ଦେଉଛି ବିଜେଡିରେ.

ଲଗାତର ଚାରିଥର ସରକାର କରିଥିବା ନବୀନଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରୁଥିବା ନେତାଙ୍କ ସଂଖ୍ୟା ବଢି ଚାଲିଛି.

ସାଧାରଣ ଲୋକ, ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ବି ନବୀନଙ୍କ ପ୍ରତି ଆକୃଷ୍ଟ ହୋଇ ଦଳରେ ସାମିଲ ହେଉଛନ୍ତି. 2014 ଭଳି ଅନ୍ୟ ଦଳର ନେତା ବି ସାମିଲ ହେଉଛନ୍ତି ବିଜେଡିରେ.

ତେବେ ପୂର୍ବାପେକ୍ଷା ବିରୋଧୀଙ୍କ ରଣନୀତି ବି ବଦଳିଛି. ତେଣୁ ବିରୋଧୀଙ୍କ ରଣନୀତି ଉପରେ ନଜର ରଖି ଗୋଟି ଚଳାଉଛି ନବୀନ ନିବାସ. ପୂର୍ବରୁ ପଚାଶରୁ ଷାଠିଏ ଜଣ ବିଧାୟକଙ୍କୁ ବଦଳାଇବା ପାଇଁ ପ୍ରସ୍ତୁତ ତାଲିକାକୁ ଅନୁମୋଦନ ଦେଇଥିଲା ନବୀନ ନିବାସ. ମାତ୍ର ଏ ଷ୍ଟ୍ରାଟେଜୀର ପରିଣାମ ସ୍ବରୁପ ଦଳ ଛାଡିଥିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ. ବିଜେଡିର ବିଦ୍ରୋହୀଙ୍କ ଉପରେ ବିରୋଧୀ ନଜର ରଖିଥିବାରୁ ବିଦ୍ରୋହୀଙ୍କୁ ମନେଇବା ପାଇଁ ନବୀନ ନିବାସ ପ୍ରସ୍ତୁତ କରୁଛି ଗେମ୍ ପ୍ଲାନ.

LEAVE A REPLY

Please enter your comment!
Please enter your name here