ସ୍ୱଚ୍ଛ ଓ ବିକଳ୍ପ ରାଜନୀତି ପାଇଁ ଆମ ଆଦମୀ ପାର୍ଟିକୁ ସୁଯୋଗ ଦିଅନ୍ତୁ ବୋଲି ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଦଳୀୟ ପ୍ରାର୍ଥୀ ହୋଇଥିବା ସୁବାଶିଷ ପଟ୍ଟନାୟକ ନିବେଦନ କରିଛନ୍ତି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁବାଶିଷ କହିଛନ୍ତି, ବସ୍ତି ବାସିନ୍ଦା ଭୋଟରମାନେ କୌଣସି ପ୍ରଲୋଭନର ଶିକାର ନହୋଇ ଏକ ସୁସ୍ଥ ଓ ବିକଳ୍ପ ବ୍ୟବସ୍ଥା ପ୍ରତିଷ୍ଠା କରନ୍ତୁ । କଳିଙ୍ଗସେନା ପକ୍ଷରୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଭକ୍ତ ଶେଖର ରାୟ ସୁବାଶିଷଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here