ଅବସର ନେବେ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ. ତାଙ୍କର ଏହି ସ୍ୱେଚ୍ଛାକୃତ ଅବସରକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି. ଏହାସହ ତାଙ୍କର ଆବେଦନ ପତ୍ରକୁ ଯଥାଶୀଘ୍ର ଗ୍ରହଣ କରି ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ରକୁ ପଠାଇଛନ୍ତି ସରକାର. ତେବେ ଚଳିତ ବର୍ଷ ସେପ୍ଟେମ୍ବର ମାସ 15 ତାରିଖରେ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଆବେଦନ କରିଥିଲେ ଅପରାଜିତା. ଏହାଛଡା ସେ ଏନେଇ ତିନି ମାସିଆ ନୋଟିସ୍ ଦେବା ସହ ଡିସେମ୍ବର 14 ତାରିଖ ତାଙ୍କର ଶେଷ କାର୍ଯ୍ୟଦିବସ ହେବ ବୋଲି ଚିଠିରେ ଉଲ୍ଲେଖ ମଧ୍ୟ କରିଥିଲେ. ବର୍ତ୍ତମାନ, ତାଙ୍କର ଏହି ନିଷ୍ପତିକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଗଲାଣି. ତେବେ ସେ ଚାକିରୀରୁ ଅବସର ପରେ  ବିଜେପି ରେ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here