ଘରୋଇ କମ୍ପାନୀରେ କାମ କରୁଥିବା ଲୋକଙ୍କୁ ସର୍ବଦା ଭେଦଭାବର ଶିକାର ହେବାକୁ ପଡିଥାଏ. ଏହାଛଡା ସରକାରୀ କର୍ମଚାରୀଙ୍କୁ ଯେଉଁ ସବୁ ସୁବିଧା ମିଳିଥାଏ, ତାହା ସେମାନଙ୍କୁ ମିଳିନଥାଏ. ହେଲେ ବର୍ତ୍ତମାନ, ମୋଦି ସରକାର ଘରୋଇ ସଂସ୍ଥାରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି. ଘରୋଇ କମ୍ପାନୀରେ ଗ୍ରାଚୁଇଟି ପାଇଁ ଥିବା ସମୟ ସୀମାକୁ ପରିବର୍ତ୍ତନ କରି ତାକୁ 3 ବର୍ଷ ପର୍ଯ୍ୟନ୍ତ ବଢାଇଛନ୍ତି. ଫଳରେ ଯଦି ଜଣେ କର୍ମଚାରୀ ଚାହିଁବ, ତାହାଲେ ସେ ଚାକିରୀର 3 ବର୍ଷ ପରେ ଗ୍ରାଚୁଇଟି ପାଇପାରିବ. ମାତ୍ର ବର୍ତ୍ତମାନ, ଗ୍ରାଚୁଇଟି ପାଇବା ପାଇଁ ସମୟ ସୀମା 5 ବର୍ଷକୁ ରଖାଯାଇଛି. ଏଥିପାଇଁ ଟ୍ରେଡ ୟୁନିୟନ ଲମ୍ବା ସମୟ ଧରି ସେବାର ଅବଧିକୁ ହ୍ରାସ କରିବା ପାଇଁ ଡିମାଣ୍ଡ କରିଆସୁଥିଲା. ତେବେ, ଲେବର ମିନିଷ୍ଟ୍ରି  ଗ୍ରାଚୁଇଟିକୁ ହିସାବ କରିବା ପାଇଁ କିଛି ନୂଆ ଉପାୟ ଆପଣେଇବ. ଯାହା ସମସ୍ତ କର୍ମଚାରୀଙ୍କ ପାଇଁ ସୁବିଧା ହେବ. ତେବେ କର୍ମଚାରୀଙ୍କ 30 ଦିନର ଦରମା ଉପରେ ଗ୍ରାଚୁଇଟି ହିସାବ କରାଯିବ. ବର୍ତ୍ତମାନ ଘରୋଇ ସେକ୍ଟରରେ କର୍ମଚାରୀଙ୍କ ଗ୍ରାଚୁଇଟି 15 ଦିନର ଦରମା ଉପରେ ହିସାବ କରାଯାଉଛି.

LEAVE A REPLY

Please enter your comment!
Please enter your name here