୭୮ ଦିନ ପରେ ସ୍ୱାଭାବିକ ହେଲା କୋର୍ଟ କାର୍ଯ୍ୟ । ବୁଧବାର ହାଇକୋର୍ଟ ବାର ଆସୋସିଏସନ ବୈଠକରେ ଆଇନଜୀବୀମାନେ ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନେବାପରେ ଆଜିଠାରୁ ରାଜ୍ୟର ସମସ୍ତ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି । କଟକରେ ଆଇନଜୀବୀଙ୍କୁ ମାଡ଼ ମରାଯିବା ଘଟଣାରେ ତିନି ଜଣ ପୋଲିସ କର୍ମୀ ନିସର୍ତ୍ତ ଭୁଲ ମାଗିବା ପରେ ଆଇନଜୀବୀମାନେ ଆନ୍ଦୋଳନରୁ ଓହରିଥିଲେ । ଗତ ଅଢେଇମାସ ଧରି ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ କୋର୍ଟରେ ହଜାର ହଜାର ମୁକଦମା ବିଚାର ନହୋଇ ପଡି ରହିଥିଲା । ସେହିପରି ଜେଲ ଗୁଡିକରେ ମଧ୍ୟ ବିଚାରଧୀନ କଏଦୀ ମାନଙ୍କୁ ଜାମୀନ ନମିଳିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଅନ୍ୟପଟେ ଗଞ୍ଜାମରେ ଆଜି ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଜିଲ୍ଲା ଓକିଲ ସଂଘ । ଆଇନଜୀବୀଙ୍କୁ ଥାନାରେ ମାଡ ମରା ଅଭିଯୋଗରେ ବନ୍ଦ ଡାକରା ଦିଆଯାଇଛି । ଗତ ମଙ୍ଗଳବାର ଆଇନଜୀବୀ ହରପ୍ରସାଦ ଦାସଙ୍କୁ ବୁଗୁଡ଼ା ଥାନାଧିକାରୀ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ସଂପୃକ୍ତ ଥାନାଧିକାରୀଙ୍କୁ ଗିରଫ କରିବା ଦାବିରେ ସଂଘ କାର୍ଯ୍ୟବନ୍ଦ କରିଛି । ଆଇନଜୀବୀମାନେ କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହା ସହିତ ଏକ ଦାବିପତ୍ର ଡିଆଇଜି, ରାଜ୍ୟ ସରକାର ଓ ହାଇକୋର୍ଟକୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here