ଫଟୋଗ୍ରାଫର ମାନସଙ୍କ ହତ୍ୟା ପଛରେ କଣ ରହିଥାଇପାରେ କାରଣ । କାହିଁକି ଏବଂ କଣ ପାଇଁ ମାନସଙ୍କୁ ହତ୍ୟା କରାଗଲା । ଭୁବନେଶ୍ବର ଉପକଣ୍ଠ ପୁହା କଣ୍ଟିଲୋଠାରେ ଥିବା ଦୟାଲ ବୃଦ୍ଧାଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଚାନ୍ଦବାଲିରୁ ଅପହରଣ କରି ମାନସଙ୍କୁ ଏହି ଆଶ୍ରମର ଉପରେ ଘରେ ରଖାଯାଇଥିଲା । ଚର୍ଚ୍ଚା ହେଉଛି, ଅଶ୍ଲୀଳ ଭିଡିଓ ପାଇଁ ଅପହରଣ ଓ ପରେ ମାନସଙ୍କୁ ହତ୍ୟା କରାଯାଇଛି । ଆଶ୍ରମର ତଳ ମହଲାରେ ନିରାଶ୍ରୟ ବୁଢ଼ାବୁଢ଼ି ରହୁଥିଲେ । ଉପର ମହଲାରେ ସମ୍ପୃକ୍ତ ୱେବ ଚ୍ୟାନେଲର ଅଫିସ୍ ଚାଲୁଥିଲା । ଉକ୍ତ ୱେବ୍ ଚ୍ୟାନେଲର ଅଫିସରେ ଅଶ୍ଲୀଳ ଭିଡିଓ ସୁଟିଂ କରାଯାଉଥିବା ସନ୍ଦେହ କରାଯାଉଛି । ପରେ ମାନସ ୱେବ୍ ଚ୍ୟାନେଲରେ କାମ କରିବା ଛାଡ଼ି ଦେଇଥିଲେ । ଆଉ ଅଶ୍ଲୀଳ ଭିଡିଓ ସୁଟର ଚିପ୍ ମାନସଙ୍କ ପାଖରେ ରହିଥିଲା । ଯେଉଁଥିପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ୱେବ୍ ଚ୍ୟାନେଲ ଅଫିସରେ ଖୋଳତାଡ଼ ଆରମ୍ଭ କରିଛି । ମାନସଙ୍କୁ ହତ୍ୟା ପର ଠାରୁ ୱେବ ଚ୍ୟାନେଲର ମାଲିକାଣି ଶର୍ମିଷ୍ଠା ରାଉତ ଫେରାର୍ ହୋଇ ଯାଇଥିବା ବେଳେ ଫୋନ୍ ସୁଇଚ୍ ଅଫ୍ ରହିଛି । ଚାନ୍ଦବାଲିରେ ବାହାଘର ସୁଟିଂ ସାରି ଫେବ୍ରୁଆରୀ ୭ ତାରିଖରେ ବସଷ୍ଟାଣ୍ଡକୁ ଫେରିବା ବେଳେ ମାନସଙ୍କୁ ଅପହରଣ କରିଥିଲେ ୫ ଜଣ ଅଭିଯୁକ୍ତ । ଅପହରଣ ପରେ ମାନସଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ୮ ତାରିଖ ସନ୍ଧ୍ୟା ମାନସଙ୍କ ମୃତଦେହ ନୟାଗଡ଼ରେ ପୋତି ଦେଇଥିଲେ ଅଭିଯୁକ୍ତ । ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ୱେବ ଓ ଜଣେ ନ୍ୟୁଜ୍ ଚ୍ୟାନେଲର ସାମ୍ବାଦିକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି ।
ତବେ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି ପରିବାର । ତାଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ମୃତ ମାନସଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ୱେବ୍ ମାଲିକାଣୀ ଶ୍ରମିଷ୍ଠା ରାଉତ ବୋଲି ପରିବାର ଲୋକ କହିଛନ୍ତି । ଯଥାଶୀଘ୍ର ତାଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here