ଓଲିଉଡ୍ ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ପାଇବେ ମହାତ୍ମା ଗାନ୍ଧି ସେବା ସମ୍ମାନ । ଭାରତୀୟ ସା୍‌ୁଉଟ୍ ଓ ଗାଇଡ୍ ଫେଲୋସିପ୍‌, ରାଜ୍ୟ ଶାଖା ପକ୍ଷରୁ ଚଳିତ ବର୍ଷ ପାଇଁ ଜାତୀୟ ମହାତ୍ମା ଗାନ୍ଧି ସେବା ସମ୍ମାନ ଅଭିନେତା ଓ ସମାଜସେବୀ ସବ୍ୟସାଚୀ ମିଶ୍ରଙ୍କୁ ଦେବାକୁ ଘୋଷଣା କରାଯାଇଛି । କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବିଶେଷକରି କୋଭିଡ୍ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ସବ୍ୟସାଚୀ କାର୍ଯ୍ୟ କରିଥିବାରୁ ଏହି ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବ । ଏଥିସହ ଜାତୀୟ ସାଉ୍‌ଟ ଗାଇଡ୍ ଫେଲୋସିପ୍‌ର ସଭାପତି ଏମ୍ ଏକେ ମିକିଙ୍କୁ ଚଳିତବର୍ଷର ଲାଲ୍‌ବାହାଦୂର ଶାନ୍ତିଦୂତ ସମ୍ମାନ ପ୍ରଦାନ କରାଯିବ । ରାଜ୍ୟ ସଭାପତି କାଳୀ ମିଶ୍ର, ଉପ ସଭାପତି ପଦ୍ମଶ୍ରୀ ଅର୍ଚ୍ଚିତା ସାହୁ, ଡ.ପ୍ରଣବ ମହାପାତ୍ର, ଗୁରୁ ପୀତାମ୍ବର ବିଶ୍ୱାଳ, ସମ୍ପାଦକ ଋଷି ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପୁରସ୍କାର ଘୋଷଣା ହୋଇଥିବା ଗଜେନ୍ଦ୍ରନାଥ ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here