ପୁରୀ ବାହାରେ ଅନ୍ୟତ୍ର ରଥଯାତ୍ରା କରିବା ଉପରେ ରାଜ୍ୟ ସରକାର ଲଗାଇଥିବା କଟକଣା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଓଡିଶା ହାଇକୋର୍ଟ ମନା କରିଦେଇଛନ୍ତି । କେନ୍ଦ୍ରାପଡା ଶ୍ରୀବଳଦେବଜୀଉ ମନ୍ଦିର ଏବଂ ଭଟଲି ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ପାଞ୍ଚଟି ମାମଲା ଦାୟର ହୋଇଥିଲା । କେନ୍ଦ୍ରାପଡା ପାଇଁ ଚାରୋଟି ମାମଲା ଦାୟର ହୋଇଥିବା ବେଳେ ଭଟଲି ପାଇଁ ଗୋଟିଏ ମାମଲା କରାଯାଇଥିଲା । ମାତ୍ର ହାଇକୋର୍ଟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ।

ନିକଟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରି ଏବଂ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି କରି ବାଲେଶ୍ବର ନୀଳଗିରିରେ ସେବାୟତ ଓ ସ୍ଥାନୀୟ ଲୋକେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ଏପରିକି ପ୍ରଶାସନ ବିନା ଅନୁମତିରେ ରଥ ନିର୍ମାଣ ଆରମ୍ଭ କରିଥିବାରୁ ପ୍ରଶାସନ କାରିଗରଙ୍କ ସାମଗ୍ରୀ ଜବତ କରିଥିଲେ ।

ଗତବର୍ଷ ଭଳି ଚଳିତବର୍ଷ କରୋନା ପାଇଁ କେବଳ ପୁରୀରେ ରଥଯାତ୍ରା ପାଇଁ ଅୁମତି ଦେଇଛନ୍ତି । ଅନ୍ୟ ସମସ୍ତ ମନ୍ଦିରରେ କେବଳ ନୀତିକାନ୍ତି କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here