ଆଜି ମହାପ୍ରଭୁଙ୍କ ଜ୍ୟଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା । କେବଳ ଶ୍ରୀକ୍ଷେତ୍ର ନୁହେଁ କୋଣ ଅନୁକୋଣରେ ଆଜି ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି । ସ୍ନାନଦେବୀରେ ୧୦୮ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ହାତୀବେଶ ଅନୁଷ୍ଠିତ ହୋଇଛି। ଗଜାନନ ବେଶରେ ମହାପ୍ରଭୂ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶ୍ରୀମନ୍ଦିରର ବିଧିବିଧାନ ଅନୁସାରେ ରତ୍ନବେଦୀ ଛାଡ଼ି ପ୍ରଭୁ ଶ୍ରୀଜଗନ୍ନାଥ ନିଜର ବଡ଼ଭାଇ ଓ ଭଉଣୀଙ୍କ ସହ ବଡ଼ଦେଉଳର ରତ୍ନବେଦୀରୁ ବାହାରି ସ୍ନାନମଣ୍ଡପରେ ବିରାଜମାନ କରିଥିଲେ । ୩୩ ଗରା ଜଳରେ ସ୍ନାନ କଲେ ଶ୍ରୀ ବଳଭଦ୍ର, ୩୫ ଗରାରେ ମହାପ୍ରଭୁ ଜଗନ୍ନାଥ, ୨୨ ଗରାରେ ସୁଭଦ୍ରାଙ୍କ ସ୍ନାନ ଓ ୧୮ ଗରାରେ ସୁଦର୍ଶନ ସ୍ନାନ କରିଥିଲେ। ଏହାପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ । ପାଳିଆ ,ପଶୁପାଳକ ଓ ଦଇତାପତିମାନେ କାଠଘୋଡ଼ା ଉପରେ ଚଢି ୩ବାଡ଼ରେ ପ୍ରଭୁଙ୍କୁ ଦାତୀବେଶ କରିଥାନ୍ତି । ହାତୀବେଶ ପ୍ରସ୍ତୁତିରେ ମୁଖ୍ୟତଃ ଧଳା, କଳା ରଙ୍ଗର ଭେଲଭେଟ ଓ ସିଲକ କପଡ଼ା, ଜରି,ସୋଲ,କଦଳୀ ପଟୁକା,ଜମ୍ବୁରା ,କଇଥ ଓ ଅଠା ଆଦି ଆବଶ୍ୟକ ହୋଇଥାଏ । ସାଢେ ଚାରିଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜାନନ ବେଶରେ ଦର୍ଶନ ଦେଇଥିଲେ ।ଏହାପରେ ସାହାଣମେଲା କାର୍ୟ୍ୟକ୍ରମ ରହିଛି ।