ଲୋକଙ୍କ ଜୀବନ ସହ ଚାଲିଛି ଖେଳ । ବିନା ଫୁଡ୍ ଟ୍ରେଡ୍ ଲାଇଲେନ୍ସରେ ଚାଲିଛି ନକଲି ଖାଦ୍ୟ ପଦାର୍ଥ ପ୍ରସ୍ତୁତି । ମାଲଗୋଦାମ ବଜାରରୁ ଆଜି ଏକ ଦୋକାନ ଉପରେ ଚଢଉ କରି କଟକ ପୋଲିସ ନକଲି ଟମାଟୋ ସସ୍ ଜବତ କରିଛି । ଦୋକାନ ମାଲିକଙ୍କୁ ପୋଲିସ ଗିରଫ କରିଛି । ତେବେ କଟକ ମାଲଗୋଦାମ ଓ ଅନ୍ୟାନ୍ୟ ବଜାରରେ ବିକ୍ରି ହେଉଥିବା ଏହି ଶସ୍ତା ଓ ନକଲି ଟମାଟୋ ସସ୍ ସହର ଉପକଣ୍ଠ ବୟାଳିଶ ମୋଜା ଅଞ୍ଚଳରେ ପ୍ରସ୍ତୁତ ହେଉଥିଲା । ପୋଲିସ ସେଠାରେ ଚଢଉ କରିଥିବା ବେଳେ ସସ୍ ପାଇଁ ବ୍ୟବହାର ହେଉଥିବା ପଚା କଖାରୁ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।

LEAVE A REPLY

Please enter your comment!
Please enter your name here