କୋଲକାତାର ନୀଲରତନ ମେଡିକାଲ କଲେଜରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ତୀବ୍ରରୂପ ଧାରଣ କରିଛି । ଆଜି ସାରାଦେଶରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଆଜି ୨୪ ଘଣ୍ଟିଆ ଆନ୍ଦୋଳନ ଡାକରା ଦେଇଛି । ସମସ୍ତ ମେଡିକାଲର ଓପିଡି ବନ୍ଦ ରହିଛି । ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜିର ଏହି ୨୪ ଘଣ୍ଟିଆ ଆନ୍ଦୋଳନରେ ଦେଶର ବହୁ ବଡବଡ ମେଡିକାଲ ଅନୁଷ୍ଠାନ ସାମିଲ ହୋଇଛନ୍ତି । ଆଜିର ଆନ୍ଦୋଳନରେ ଇଓଓଗଝ, କଏଗଟ, ଈଐଟ ପ୍ରମୁଖ ସାମିଲ ଅଛନ୍ତି । ପୂର୍ବରୁ ଏମ୍ସର ଡାକ୍ତରମାନେ ଏହି ଆନ୍ଦୋଳନକୁ ସମର୍ଥନ କରୁଥିଲେ ମଧ୍ୟ ଧାରଣାରେ ସାମିଲ ହେବେନାହିଁ ବୋଲି ଘୋଷଣା କରିଥିଲେ । କିନ୍ତୁ ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ଜଣେ ଡାକ୍ତର ଆଟେଣ୍ଡାଣ୍ଟଙ୍କ ଆକ୍ରମଣର ଶିକାର ହୋଇଥିବା ଖବର ଆସିଥିଲା । ଡାକ୍ତର ଓ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ମାରପିଟ ହେବାପରେ ଆଜି ଏମ୍ସର ଡାକ୍ତରମାନେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନର ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଡାକ୍ତରଙ୍କ ଆନ୍ଦୋଳନ ପାଇଁ ସାରା ଦେଶରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଡାକ୍ତରମାନଙ୍କ ପ୍ରମୁଖ ଦାବୀ ରହିଛି ସୁରକ୍ଷା । ପ୍ରତି ମେଡିକାଲରେ ସୁରକ୍ଷା ବ୍ୟବସ୍ତା କଡାକଡି କରିବା ସହ ଡାକ୍ତରମାନଙ୍କୁ ସୁରକ୍ଷା ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here