ନନ୍ଦନକାନନ ସମୁଖରେ ଧାରଣା ଦେଲା କଂଗ୍ରେସ | ହର୍ପିସ ଭୁତାଣୁ ସଂକ୍ରମଣରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଛି ଧାରଣା | ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି | ଭୁଆଶୁଣି ଡମ୍ପିୟାର୍ଡ ପାଇଁ ଦୂଷିତ ପରିବେଶରୁ ଜୀବଜନ୍ତୁ ମରୁଥିବା କଂଗ୍ରେସ ଅଭିଯୋଗ କରିଛି | ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ଆଣିଛି କଂଗ୍ରେସ । ଦାରୁଠେଙ୍ଗଠାରୁ ଡମ୍ପିଂୟାର୍ଡ ଉଠାଇବା ପାଇଁ ଦାବି କରିଛି କଂଗ୍ରେସ | ସେପଟେ ଦଳ ପକ୍ଷରୁ ୪ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦିଆଯିବା ପରେ ଧାରଣା ପ୍ରତ୍ୟାହୃତ କରିଥିଲେ |

LEAVE A REPLY

Please enter your comment!
Please enter your name here