ବିଶିଷ୍ଟ ରାଜନୀତିଜ୍ଞ ତଥା ସୁସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ । ଆଜି କଟକ ବଡ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ବୟସ ହୋଇଥିଲା ।

ଜଣେ ସୁସାହିତ୍ୟିକ ଭାବେ ସେ ଯେତିକି ସୁନାମ ଅର୍ଜନ କରିଥିଲେ, ରାଜନେତା ଭାବେ ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲେ । ବିଜୁ ପଟ୍ଟନାୟକଙ୍କ ଅନୁଗତ ଭାବେ ସେ କାର୍ଯ୍ୟ କରି ଆସୁଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଂପାଦକ, ଉତ୍କଳ ପ୍ରସଙ୍ଗର ସଂପାଦକ ଭାବେ କାର୍ଯ୍ୟ କରିଥିଲେ ।

ଅନେକଗୁଡିଏ ଗଳ୍ପ ଓ କାବ୍ୟ ପୁସ୍ତକର ରଚୟିତା ହେଉଛନ୍ତି ହୁସେନ । ନିୟନ୍ତ ରାତିର ସ୍ବପ୍ନ, ମୁକ୍ତ ପୂର୍ବାସା, ଶବ୍ଦବ୍ରହ୍ନ ଭଳି ଅନେକ କାବ୍ୟ ପୁସ୍ତ ସେ ରଚନା କରି ଲୋକପ୍ରିୟତା ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here