ବାହାର ରାଜ୍ୟକୁ କାମ କରିବାକୁ ଯାଇ ଶୋଷଣର ଶୀକାର ହେଉଛନ୍ତି ଓଡିଆ ଶ୍ରମିକ. ହାଇଦ୍ରାବାଦରେ ଠିକାଦାର ପାଖରେ ଶହେଦିନ କାମ କରିବା ପରେ ବି ମିଳିଲାନି ମଜୁରୀ. ରାୟଗଡା କଲ୍ୟାଣସିଂପୁର ବ୍ଲକ ଚେରାପାଇ ଗ୍ରାମର ୩୬ ଜଣ ଶ୍ରମିକ ନିଜ ଗାଁକୁ ଫେରିଆସି ଶ୍ରମ ବିଭାଗର ଦ୍ବାରସ୍ଥ ହୋଇଥିଲେ. ମାତ୍ର ଶ୍ରମ ବିଭାଗ ଅଧିକାରୀଙ୍କ ନିକଟକୁ ଦୌଡି ଦୌଡି ନିରାଶ ହେବା ପରେ ସେମାନେ ଥାନାରେ ଏତଲା ଦେଇଛନ୍ତି. କିଛିମାସ ତଳେ ରାୟଗଡାର ଜଣେ ଠିକାଦାର ହାଇଦ୍ରାବାଦ ନେଇ ବ୍ରିଜ ନିର୍ମାଣ କାମରେ ନିୟୋଜିତ କରିଥିଲା. ସଂପୃକ୍ତ ଠିକାଦାରଙ୍କ ସହ ଆଲୋଚନା କରାଯିବା ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here