କେନ୍ଦ୍ରାପଡାରେ ପୁଣି ପୋଲିସର ଏନକାଉଣ୍ଟର. ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଦେବୀପ୍ରସାଦ ଦାସ ଓରଫ ଲିଟୁ. ଲିଟୁର ଡାହାଣ ଗୋଡରେ ବାଜିଛି ଗୁଳି. ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରିଠାରେ ପୋଲିସ ଏହି ଏନକାଉଣ୍ଟର କରିଥିବା ସୂଚନା ମିଳିଛି. ତାକୁ ପ୍ରଥମେ ମାର୍ଶାଘାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା. ଅବସ୍ଥା ଗୁରୁତର ହେବାରୁ ଏବେ ତାକୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି. ଦାଦାବଟି ଆଦାୟ, ଚୋରି ଓ ହତ୍ୟା ଅଭିଯୋଗରେ ବିଭିନ୍ନ ଥାନାରେ ଲିଟୁ ନାଁରେ ଅନେକ ମାମଲା ରହିଛି. ପୂର୍ବରୁ ଗିରଫ ହୋଇ ଲିଟୁ ଜେଲ ଯାଇଥିଲା. ଗତ 16 ତାରିଖରେ ସେ ଜେଲରୁ ବାହାରିଥିଲା. ମାତ୍ର ପରେ ଦାଦାବଟି ଆଦାୟ ପାଇଁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା.

LEAVE A REPLY

Please enter your comment!
Please enter your name here