ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଓଡିଶା ଗସ୍ତରେ ଆସିବେ । ରାଜଧାନୀ ଭୁବନେଶ୍ୱରରେ ରୋଡ ଶୋ କରିବେ ମୋଦି ମୋଦୀଙ୍କ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଟ୍ରାଫିକ୍ ଆଡଭାଇଜରୀ ଜାରି କରିଛି କମିଶନରେଟ ପୋଲିସ ।
୧- ଏନଏଚ୍-୧୬କୁ ଅପରାହ୍ନ ୨ଟାରୁ ରାତି ୧୦ଟା ଯାଏ ସାଧାରଣ ଲୋକମାନଙ୍କୁ ବ୍ୟବହାର କରିବା ପାଇଁ ବାରଣ କରାଯାଇଛି ।
୨-ବରମୁଣ୍ଡା ବସଷ୍ଟାଣ୍ଡରୁ କଟକକୁ ଆସୁଥିବା ବସ ପ୍ରଥମେ ବାଣିବିହାର ଯାଏ ଆସିବ ତା ପରେ ସେଠାରୁ ଏନଏଚ୍-୧୬ ଫ୍ଲାଓଭର ଦେଇଯିବ ।
୩-ଖୋର୍ଦ୍ଧାରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡକୁ ଆସୁଥିବା ସବୁ ଲୋକାଲ ବସ୍ ସର୍ଭିସ ରୋଡରେ ଚାଲିବ ଏବଂ ବସ୍ ଷ୍ଟାଣ୍ଡ ଯାଏ ଆସିବ ।
୫-ଏନଏଚ୍-୧୬ରେ କଟକରୁ ଭୁବନେଶ୍ୱର ଯାଉଥିବା ସବୁ ଗାଡି ତଥା ଫୋର ହୁଇଲର କଟକ ୟୁପିଡି ଠାରୁ ପିତାପାଲି ଛକ ଠାରୁ ତ୍ରିଶୁଳିଆ, ବାରଙ୍ଗ ଏବଂ ଚନ୍ଦକା ଛକରେ ୨ଟା ୧୦ ଟା ଯାଏଁ ଯାତାୟତକୁ ସାମୟିକ ଭାବେ ପରିବର୍ତିତ କରାଯାଇଛି ।
୬-ଖୋର୍ଦ୍ଧା ଆଡୁ ଭୂବନେଶ୍ୱରକୁ ଆସୁଥିବା ଭାରି ଯାନ ତଥା ଟ୍ରକ୍ ପାଇଁ ପିତାପାଲି ଛକରେ ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି । ସେହିପରି କଟକରୁ ଭୂୁବନେଶ୍ୱରକୁ ଆସୁଥିବା ସମସ୍ତ ଭାରି ଯାନକୁ ମଙ୍ଗୁଳି ଠାରେ ପାର୍କିଂର ସୁବିଧା ହୋଇଛି । ଗତକାଲି ଅପରାହ୍ନ ୨ଟାରୁ ରାତି ୧୦ଟା ଯାଏ ପାର୍କିଂ କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ଆଡଭାଇଜରୀରେ ପ୍ରକାଶ ପ।ଇଛି ।

LEAVE A REPLY

Please enter your comment!
Please enter your name here