ଆଜି ରାଜ୍ୟରେ କରୋନାରେ ୧୧ ଜଣଙ୍କର ଜୀବନ ଯାଇଛି । ପୁରୀ ଓ ସମ୍ବଲପୁରରୁ ୩ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଖୋର୍ଦ୍ଧାରୁ ୨ ଏବଂ ମୟୂରଭଞ୍ଜ , କଳାହାଣ୍ଡି , ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି ।
ସେହିପରି ଆଜି ୪ ହଜାର ପାର୍ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୪୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୨୭୦ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୨୪୭୮ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୯୨ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୭୪, ପୁରୀ-୨୮୭, ଷ୍ଟେଟପୁଲ-୨୬୨, ଜଗତସିଂହପୁର-୧୮୮, ବରଗଡ-୧୮୩, ଯାଜପୁର-୧୬୨, ବାଲେଶ୍ୱର-୧୫୦, ଅନୁଗୁଳ-୧୪୭, ମୟୂରଭଞ୍ଜ-୧୩୧, ଝାରସୁଗୁଡା-୧୨୧, ନୂଆପଡା-୧୧୯, ସମ୍ବଲପୁର-୧୧୪, କେନ୍ଦ୍ରାପଡା-୯୯, ବଲାଙ୍ଗିର-୯୭, ନବରଙ୍ଗପୁର-୮୬, କେନ୍ଦୁଝର-୮୭, କୋରାପୁଟ-୮୩, ରାୟଗଡା-୮୦, ସୁବର୍ଣ୍ଣପୁର-୭୪, କନ୍ଧମାଳ-୭୩, ଗଞ୍ଜାମ-୬୮, ମାଲକାନଗିରି-୬୪, ଢେଙ୍କାନାଳ-୬୩, ଗଜପତି-୫୮,ଭଦ୍ରକ-୫୫, ନୟାଗଡ-୪୭, କଳାହାଣ୍ଡି-୪୪, ସୁନ୍ଦରଗଡ-୩୮, ବୌଦ୍ଧ-୨୨, ଦେବଗଡରୁ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।